ଟେନ୍‌ସନ ଦେଉଛି କରୋନା: ଏହି ସହରକୁ ପୁଣି ଫେରିଲା ନାଇଟ୍‌ କର୍ଫ୍ୟୁ

୪ ସହରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

  • ପୁଣି ଫେରିଲା ନାଇଟ୍ କର୍ଫ୍ୟୁ
  • ଗୁଜରାଟର ୪ ସହରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ
  • କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପଦକ୍ଷେପ
  • ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ
  • ଅହମ୍ମଦାବାଦ, ବଡୋଦରା, ସୁରତ ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ

ସୁରତ‌: ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ଗୁଜରାଟର ୪ ସହରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ,ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଆସନ୍ତା କାଲିଠୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ତେବେ ଆଜିଠୁ ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

କାରଣ ଦେଶରେ କାୟା ବିସ୍ତାର କରୁଛି କରୋନା। ୨୪ ଘଣ୍ଟାରେ ଦେଶରେ ମୋଟ୍‌ ୨୪,୪୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି। ଏହାସହ ୨୪ ଘଣ୍ଟାରେ ୨୦,୧୯୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୩୧ ଜଣଙ୍କ ଜୀବନ ନେଇଛି କରୋନା। ବର୍ତ୍ତମାନ ସମୟରେ ଦେଶରେ ୧୧୪୦୯୮୩୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୧୦୨୭୫୪୩ ଜଣ ସୁସ୍ଥ ହେଲେଣି। ଏହାସହ ଦେଶରେ ଆକ୍ଟିଭ କେସର ସଂଖ୍ୟା ୨୨୩୪୩୨ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ୩୨୯୪୭୪୩୨ ଜଣକୁ ଟିକା ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଗୋଟିଏ ପଟେ କରୋନା ବଢୁଥିବା ବେଳେ ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ସ୍ଥାନରେ ଏପରି ଭାବରେ ସଟଡାଉନ ଓ ଲକଡାଉନ କରୁଛନ୍ତି ସରକାର। ଦେଶର ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ ଦିଲ୍ଲୀ, ଗୁଜରାଟ ଓ ହରିଆଣାର ସ୍ଥିତି ମଧ୍ୟ ଭଲ ନାହିଁ।

କରୋନାକୁ ଏହାରି ମଧ୍ୟରେ ୧ ବର୍ଷ ପୂରିଛି। ଆଉ ଦୀର୍ଘ ୧ ବର୍ଷ ପରେ ପୁଣି ଥରେ କରୋନା କଡ଼ ଲେଉଟୁଥିବା କାରଣରୁ ଚିନ୍ତାରେ ଅଛନ୍ତି କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର।

You might also like