ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ; ଆଇଏମଏ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ବଡ଼ ବୟାନ ଦେଇଛି। ଭାରତରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ଓ ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି ବୋଲି ଆଇଏମଏ କହିଛି।

ଏନେଇ ଆଇଏମଏ ହସ୍ପିଟାଲ ବୋର୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡା. ଭିକେ ମୋଙ୍ଗା କହିଛନ୍ତି, “ପ୍ରତିଦିନ ଭାରତରେ ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏହା ନିଶ୍ଚିତ ଭାବେ ଭାରତ ପାଇଁ ଏକ ଖରାପ ସ୍ଥିତି। ଏଥିପାଇଁ ଏକାଧିକ କାରଣ ଦାୟୀ। କିନ୍ତୁ ଭାରତର ଗ୍ରାମାଞ୍ଚଳକୁ କରୋନା ବ୍ୟାପିବା ଆରମ୍ଭ କଲାଣି। ଏହା ଏକ ଖରାପ ସଙ୍କେତ। ବର୍ତ୍ତମାନ ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି। ଗୋଷ୍ଠୀ ସଂକ୍ରମଣ ପାଇଁ ହିଁ ଏଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି।” ତେବେ ଭାରତ ସରକାର କିନ୍ତୁ ଗୋଷ୍ଠୀ ସଂକ୍ରମଣ ହୋଇ ନଥିବା କହୁଛନ୍ତି।

ଡା ମୋଙ୍ଗା ଆହୁରି କହିଛନ୍ତି, “ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଦିଲ୍ଲୀରେ ଆମେ କରୋନା ସଂକ୍ରମଣକୁ ହ୍ରାସ କରିବାକୁ ସକ୍ଷମ ହୋଇଛି। କିନ୍ତୁ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳା, ଗୋଆ, ମଧ୍ୟପ୍ରଦେଶ ସ୍ଥିତି ବେକାବୁ ହେଉଛି। ଏହା ଦେଶର ନୂଆ କରୋନା ହଟସ୍ପଟ ହେଲାଣି। ତେଣୁ ରାଜ୍ୟ ସରକାରମାନେ ସତର୍କତାର ସହ କାର୍ଯ୍ୟ କରିବା ସହ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିବା ଦରକାର। ଏହା ଏକ ଭାଇରାଲ ରୋଗ। ଯାହା ଖୁବଦ୍ରୁତରେ ଗତିରେ ବ୍ୟାପୁଛି। ଏହାର ମୁକାବିଲା ପାଇଁ ଦୁଇଟି ଉପାୟ ରହିଛି। ଦେଶର ୭୦% ଲୋକଙ୍କୁ ସଂକ୍ରମିତ କରି ସେମାନଙ୍କ ଶରୀରରେ ରୋଗ ପ୍ରତିଷେଧ ସୃଷ୍ଟି କରିବା କିମ୍ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧ ତିଆରି କରିବା।”

ଏସବୁ ଭିତରେ ଆଜି ଭାରତରେ ପୁଣି ୩୦ ହଜାରରୁ ଅଧିକ କରୋନା ପଜିଟିବ୍ ଚିହ୍ନଟ ହୋଇଛନ୍ତି। ଆଜି ବି ଦେଶରେ ସମାନ ସ୍ଥିତିରେ ରହିଛି କରୋନା ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦିନକରେ ୬୭୧ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହ ଦେଶରେ  ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି ।

ସୂଚନା ଥାଉ କି, ଦେଶରେ ୩ ଲକ୍ଷ ୫୮ ହଜାର ୬୯୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୬ ଲକ୍ଷ ୫୩ ହଜାର ୭୫୦ଣ ସୁସ୍ଥ ହୋଇଛନ୍ତି ।

 

 

ଆହୁରି ପଢ଼ନ୍ତୁ

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

You might also like