କରୋନା ରିପୋର୍ଟ ନେଗେଟିଭ ଥାଇ ବି ପରିବାରର ୫ ସଦସ୍ୟ ଆଖି ବୁଜିଲେ

ଲକ୍ଷ୍ନୌ: କରୋନାକୁ ନେଇ ଏବେ ବି ଚିିକିତ୍ସା ବିଜ୍ଞାନ ଦ୍‌:ନ୍ଦ୍‌:ରେ । କେମିତି ଏଇ ଭାଇରସକୁ ଚିହ୍ନଟ କରାଯିବ, କେମିତି ନିପାତ କରାଯିବ ଏବଂ କେମିତି ତାହାଠାରୁ ସୁରକ୍ଷିତ ରହିପାରିବ ସେ ନେଇ ବିଶେଷଜ୍ଞମାନେ ଏବେ ବି ସନ୍ଦିହାନ । ପ୍ରତିଦିନ ମହାମାରୀ କରୋନାକୁ ନେଇ ହୃଦୟ ଥରାଇ ଦେବା ଭଳି ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ଏମିତି ଏକ ଖବର ଶୁଣିବାକୁ ମିଳିଛି ଲକ୍ଷ୍ନୌରୁ । ଏଠି କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଗୋଟିଏ ପରିବାର ୫ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଲାଣି । ୨୨ ଦିନ ମଧ୍ୟରେ ପରିବାରର ୫ ଜଣ ଆଖିବୁଜିବା ପରେ ଏବେ ଭୟଭୀତ ହୋଇ ପଡ଼ିଛନ୍ତି ।
ୟୁପିର ଗୋଣ୍ଡା ଜିଲ୍ଲା ଚକ୍ରଉତି ଗାଁର ଅଞ୍ଜନୀ ଶ୍ରୀବାସ୍ତବଙ୍କ ପରିବାରର ସମସ୍ତ ସଦସ୍ୟ ଆଣ୍ଟିଜେନ ଟେଷ୍ଟ କରିଥିଲେ ଏବଂ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ସମସ୍ତଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଥିଲା । ପରେ ଜଣେ ଜଣେ ହୋଇ ୫ ଜଣ ଚାଲିଗଲେ।
ଅଞ୍ଜନୀଙ୍କ ବଡ ଭାଇ ୫୬ ବର୍ଷୀୟ ହନୁମାନଙ୍କର ଏପ୍ରିଲ ୨ରେ ମୃତ୍ୟୁ ଘଟିଥିଲା । ପରିବର ସଦସ୍ୟଙ୍କ କହିବା ଅନୁଯାୟୀ,ହନୁମାନ ପ୍ରସାଦଙ୍କର ଶ୍‌:ାସକ୍ରିୟା ଜନିତ ସମସ୍ୟା ଦେଖା ଦେଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା ।
ଏପ୍ରିଳ ୧୭ ତାରିଖରେ ଅଞ୍ଜନୀଙ୍କର୭୫ ବଷୀୟ ମା’ ମାଧୁରୀ ଦେବୀ ଆଖି ବୁଜିଥିଲେ ।

ପରିବାର ଲୋକଙ୍କ କହିବା ଅନୁଯାୟୀ ସେ ବଡ ପୁଅର ବିଚ୍ଛେଦ ସହି ନ ପାରି ଚାଲିଗଲେ ।
ପ୍ରୟାଗରାଜରେ ପଢୁଥିବା ମାଧୁରୀ ଦେବୀଙ୍କ ନାତି ସୌରଭ ଜଣ୍ଡିସରେ ଆକ୍ରାନ୍ତ ଥିଲେ । ଜେଜେ ମା’ଙ୍କ ମୃତ୍ୟୁ ଖବର ଶୁଣି ସେ ଘରକୁ ଆସିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ଗୋଣ୍ଡାର ଏକ ନର୍ସିଂ ହୋମ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଏପ୍ରିଲ ୧୬ ତାରିଖ ମୃତ୍ୟୁ ଘଟିଥିଲା ।
ସୌରଭଙ୍କ ମୃତ୍ୟୁପରେ ତାଙ୍କର ବାପ-ମା’ ଅସୁସ୍ଥ ହୋଇପଡ଼ିଲେ । ଉଭୟଙ୍କୁ ନର୍ସିଂ ହୋମରେ ଭର୍ତ୍ତି ହୋଇଥଲେ । ଏପ୍ରିଲ ୨୨ରେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା । ମା’ ଉଷା ଶ୍ରୀବାସ୍ତବ (୪୧ ବର୍ଷ) ଏପ୍ରିଲ ୨୨ରେ ଆଖି ବୁଜିବା ବେଳେ ତାଙ୍କର ସ୍‌:ାମୀ ଅଶ୍‌:ିନୀ ଶ୍ରୀବାସ୍ତବ (୪୫) ଏପ୍ରିଲ ୨୪ରେ ଆଖି ବୁଜିଥିଲେ । ଉଭୟଙ୍କର ହାଇ ଟେମ୍ପରେଚର ଥିଲା କିନ୍ତୁ କୋଭିଡ ରିପୋର୍ଟ ନେଗେଟିଭ ଥିଲା ।
ଏହି ଖବର ଜଣାପଡିବା ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି । ତେବେ ସ୍ଥାନୀୟ ପ୍ରଶାସନ ଏହି ୫ ଜଣଙ୍କ ମୃତ୍ୟୁକୁ ସ୍‌:ାଭାବିକ ମୃତ୍ୟୁ ବୋଲି କହିଛି । ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏହାକୁ ସ୍‌:ୀକାର କରିଛନ୍ତି ।

You might also like