ଏଣିକି ଘରେ ରହି କରିପାରିବେ କରୋନା ଟେଷ୍ଟ, ହେଲେ ମାନିବାକୁ ପଡ଼ିବ ଏସବୁ ଗାଇଡଲାଇନ…

ନୂଆଦିଲ୍ଲୀ: ଦେଶରେ ଯଦିଓ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି, ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିପାରୁନି। ଲଗାତାର କିଛିଦିନ ଧରି ଦେଶରେ ପ୍ରତିଦିନ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଏହାଛଡା ଲୋକମାନେ କରୋନା ଟେଷ୍ଟ କରାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଅଧିକ ସଂକ୍ରମିତ ଚିହ୍ନଟ ସହ ଟେଷ୍ଟ ରିପୋର୍ଟ ଆସିବାରେ ମଧ୍ୟ ବିଳମ୍ବ ହେଉଥିବା ନଜର ଆସୁଛି। ଏସବୁ ଭିତରେ ICMR(Indian Council of Medical Research) ଏମିତି ଏକ ଟେଷ୍ଟ କିଟକୁ ମଞ୍ଜୁରୀ ପ୍ରଦାନ କରିଛି, ଯାହା ସହାୟତାରେ ଲୋକମାନେ ଘରେ ରହି କରୋନା ଟେଷ୍ଟ କରିପାରିବେ। ICMR ରାପିଡ ଆଣ୍ଟିଜେନ ଟେଷ୍ଟ ପାଇଁ ଏକ ଟେଷ୍ଟ କିଟକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି କିଟ ସହାୟତାରେ ଲୋକମାନେ ଘରେ ରହି ନାକ ମାଧ୍ୟମରେ କରୋନା ଟେଷ୍ଟ ପାଇଁ ସାମ୍ପଲ ସଂଗ୍ରହ କରିପାରିବେ। ଏଥିପାଇଁ ICMR ନୂଆ ଆଡଭାଇଜରି ଜାରି କରିଛି…….

  • ଘରେ ରହି ଲୋକମାନେ ଆଣ୍ଟିଜେନ ଟେଷ୍ଟ କରିପାରିବେ
  • ହୋମ ଆଇସୋlଲେସନ ଟେଷ୍ଟିଂ କିଟ ପାଇଁ ପୁନେ ସ୍ଥିତ କମ୍ପାନୀ Mylab Discovery Solutions Ltdକୁ ଅଥରାଇଜ ଦିଆଯାଇଛି ଏହି କିଟର ନାଁ CoviSelfTM (PathoCatch) COVID-19 OTC Antigen LF
  • ଯେଉଁମାନଙ୍କର କରୋନା ଲକ୍ଷଣ ରହିଛି ଓ ଯେଉଁମାନେ ଲାବ୍ରୋଟୋରୀରେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ହଠାତ ସଂସ୍ପର୍ଶରେ ଆସିଛନ୍ତି ସେମାନେ ହିଁ କେବଳ ହୋମ ଟେଷ୍ଟିଂ କରିପାରିବେ
  • ହୋମ ଟେଷ୍ଟିଂ ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ ଆପଣଙ୍କୁ ମୋବାଇଲ ଆପ ଡାଉନଲୋଡ କରିବାକୁ ପଡ଼ିବ
  • ମୋବାଇଲ ଆପ ମାଧ୍ୟମରେ ପଜିଟିଭ କିମ୍ବା ନେଗେଟିଭ ରିପୋର୍ଟ ମିଳିବ
  • ଯେଉଁମାନେ ହୋମ ଟେଷ୍ଟିଂ କରିବେ, ସେମାନଙ୍କୁ ଟେଷ୍ଟ ଷ୍ଟ୍ରିପର ଏକ ଫଟୋ ଉଠାଇବାକୁ ପଡିବ ଓ ଏହି ଫଟୋ ସେମାନଙ୍କୁ ସେହି ମୋବାଇଲରୁ ନେବାକୁ ପଡ଼ିବ, ଯେଉଁ ମୋବାଇଲରେ ମୋବାଇଲ ଆପ ଡାଉନଲୋଡ ହୋଇଥିବ
  • ମୋବାଇଲ ଫୋନର ଡାଟା ସିଧାସଳଖ ICMR ର ଟେଷ୍ଟିଂ ପୋର୍ଟାଲରେ ଷ୍ଟୋର ହୋଇଯିବ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗୋପନନୀୟତା ବଜାୟ ରହିବ
  • ଏହି ଟେଷ୍ଟରେ ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିବ ସେମାନେ କରୋନା ପଜିଟିଭ ବୋଲି ଚିହ୍ନଟ ହେବେ ଏହାପରେ ସେମାନଙ୍କୁ ଆଉ କୌଣସି ଟେଷ୍ଟର ଆବଶ୍ୟକତା ପଡ଼ିବ ନାହିଁ
  • ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ସେମାନେ ହୋମ ଆଇସୋଲେସନରେ ରହିବା ନେଇ ICMR ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ମାନିବାକୁ ପଡ଼ିବ
  • ଯେଉଁମାନଙ୍କର କରୋନା ଲକ୍ଷଣ ରହିଛି, ହେଲେ ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ RTPCR ଟେଷ୍ଟ କରିବାକୁ ପଡ଼ିବ
  • ରାପିଡ ଆଣ୍ଟିଜେନ ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଛି, ହେଲେ କରୋନା ଲକ୍ଷଣ ରହିଛି, ଏସମସ୍ତ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ କରୋନା କେସ ବୋଲି କୁହାଯିବ ଯେପର୍ଯ୍ୟନ୍ତ ସେମାନଙ୍କର RTPCR ଟେଷ୍ଟ ରିପୋର୍ଟ ଆସିନାହିଁ, ସେ ପର୍ଯ୍ୟନ୍ତ ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ପଡ଼ିବ
You might also like