ଉପନିର୍ବାଚନରେ କୋଭିଡ କଟକଣା: ନାମାଙ୍କନ ପତ୍ର ଦାଖଲ ବେଳେ ଶୋଭାଯାତ୍ରା ମନା

ନୂଆଦିଲ୍ଲୀ:କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟର ଉପନିର୍ବାଚନ।  କରୋନା କଟକଣାକୁ ଦୃଷ୍ଟିରେ ରଖି ଷ୍ଟାର କ୍ୟାମ୍ପେନର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। କେମିତି ପ୍ରଚାର କରାଯିବ, ପ୍ରାର୍ଥୀମାନେ କିପରି ନାମାଙ୍କନ ଦାଖଲ କରିବେ ସେ  ନେଇ ଗାଇଡ ଲାଇନ ଜାରି କରିଛନ୍ତି ଇସି।

ନିର୍ବାଚନରେ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଜାରି ନିର୍ଦ୍ଦେଶନାମା ଅନୁସାରେ,  ନାମାଙ୍କନ ଦାଖଲ ପାଇଁ ପ୍ରାର୍ଥୀଙ୍କ ସହିତ କେବଳ ଦୁଇ ଜଣ ସମର୍ଥକ ଯାଇ ପାରିବେ । ନାମାଙ୍କନ ଲାଗି କେବଳ ଦୁଇଟି ଗାଡି ବ୍ୟବହାର କରିପାରିବେ ପ୍ରାର୍ଥୀ । ଘର ଘର ବୁଲି ପ୍ରଚାର ପାଇଁ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିବ । ପବ୍ଲିକ ମିଟିଂ ପାଇଁ ସ୍ଥାନ ଚୟନ ହେବ ଏବଂ ୧୦୦ ଭିତରେ ସୀମିତ ରହିବ ସଂଖ୍ୟା।

ନୋମେନେସନ୍ ଦାଖଲ ପାଇଁ ଏକ ବଡ଼ କଠୋରୀର ବ୍ୟବସ୍ଥା କରିବେ ଜିଲ୍ଲା ପ୍ରଶାସନ । ଭୋଟରଙ୍କ ତାପମାତ୍ରା ମାପିବା, ସାନିଟାଇଜର, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବେ ସମସ୍ତ ଭୋଟର । ଗ୍ଲୋଭ୍ସ ବ୍ୟବହାର କରି ଭୋଟ ଦେବାକୁ ଯିବେ । ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ଭୋଟରଙ୍କୁ ଗ୍ଲୋଭ୍ସ ପ୍ରଦାନ କରାଯିବ । ପ୍ରତି ବୁଥ୍‌ରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେବାକୁ ବ୍ୟବସ୍ଥା କରାଯାଇଛି ତେବେ କରୋନା ଦୃଷ୍ଟିରୁ ଭୋଟ ଗ୍ରହଣ ପାଇଁ ୪୦ରୁ ୫୦% ବୁଥ୍ ବଢ଼ା ଯାଇଛି।

ଭୋଟ ଗ୍ରହଣ ଦିନ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ହେବ। ମାସ୍କ ବାଧ୍ୟତାମୂଳକ । ମାସ୍କ ପିନ୍ଧି ନ ଥିଲେ ପ୍ରଶାସନ ପକ୍ଷରୁ ଦିଆଯିବ । ଗ୍ଲୋଭ୍ସ ପିନ୍ଧି ଭୋଟର EVM ବଟନ୍ ଟିପିବେ। କୌଣସି ଭୋଟର କରୋନା ସନ୍ଦେହ ହେଲେ, ଟୋକନ୍ ନେଇ ଶେଷ ଘଣ୍ଟାରେ ଭୋଟ ଦେବେ।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like