କରୋନା କଟକଣା ଭିତରେ ନିର୍ବାଚନ: ପ୍ରଚାର ଉପରେ କଟକଣା ଜାରିକଲେ EC

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଉପନିର୍ବାଚନ। କୋଭିଡ କଟକଣା ମଧ୍ୟରେ ହେବ ଏହି ନିର୍ବଚନ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟାର କ୍ୟାମ୍ପେନର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ପ୍ରଚାର ସମୟରେ ଅଧିକ ଷ୍ଟାର ପ୍ରଚାରକ ନେଇପାରିବେ ନାହିଁ ବୋଲି ନିବାର୍ଚନ କମିଶନ ସ୍ପଷ୍ଟ କରିଛନ୍ତି।

କରୋନା ସଂକ୍ରମଣ ଯୋଗୁ ଷ୍ଟାର କ୍ୟାମ୍ପେନର ଗାଇଡ ଲାଇନରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ଆଗାମୀ ନିର୍ବାଚନରେ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କ ଷ୍ଟାର ପ୍ରଚାରକ ସଂଖ୍ୟା ୪୦ରୁ ୩୦କୁ ହ୍ରାସ କରିଛନ୍ତି କମିଶନ । ସେହିପରି ଛୋଟ ଛୋଟ ଦଳଙ୍କ ଷ୍ଟାର ପ୍ରଚାରକ ସଂଖ୍ୟା ୨୦ରୁ ୧୫କୁ ହ୍ରାସ ପାଇଛି । ବିଜ୍ଞପ୍ତି ପ୍ରକାଶର ୧୦ ଦିନ ଭିତରେ ଦଳମାନେ ନିଜ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରଦାନ କରିବେ ।

ତେବେ ଯେଉଁ ଦଳ ଷ୍ଟାର କ୍ୟାମ୍ପେନର ତାଲିକା ଦେଇ ସାରିଛନ୍ତି ସେମାନେ ଆଉଥରେ ସଂଶୋଧିତ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାରର ୪୮ ଘଣ୍ଟା ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସଂପୃକ୍ତ ଦଳ ଅବଗତ କରାଇ ଅନୁମତି ନେବେ।  ଏହି ନୂଆ ସଂଶୋଧିତ ଗାଇଡଲାଇନ ତୁରନ୍ତ ଲାଗୁ ହୋଇଥିବା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।

ବିହାରରେ ତିନି ପର୍ଯ୍ୟାୟ ଇଲେକ୍ସନ ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ଅନୁଷ୍ଠିତ ହେବ। ସେହିପରି ବିଭିନ୍ନ ରାଜ୍ୟ ଗୁଡିକରେ ଉପନିର୍ବାଚନ ନଭେମ୍ବର ୩ ଓ ୭ରେ ହେବ। ବିହାରର ବାଲ୍ମିକର ନଗା ଲୋକସଭା ଆସନ ପାଇଁ ମଧ୍ୟ ନଭେମ୍ବର ୭ରେ ଉପନିର୍ବାଚନ କରାଯିବ।

 

You might also like