ଦିଲ୍ଲୀରେ କରୋନା ସ୍ଥିତି ଅଣାୟତ୍ତ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଅଣାୟତ୍ତ ହେଉଛି କରୋନା। ଆଜି ଗୋଟିଏ ଦିନରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି।
ଗତ ୨୪ ଘଣ୍ଟାରେ ୭ ହଜାର ୮୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଛି।
ଏପଟେ ଗତ ୧୫ ଦିନ ମଧ୍ୟରେ ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ଅବସ୍ଥାକୁ ଆସିଛି।
ଦିଲ୍ଲୀରେ ଏବେ ପ୍ରତିଦିନ କରୋନାଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ ପାଖାପାଖି ରହୁଛି। ଏହା ପୂର୍ବରୁ ନଭେମ୍ବର ୧୨ତାରିଖରେ ସବୁଠାରୁ ଅଧିକ କରୋନାଜନିତ ମୃତ୍ୟୁ ହୋଇଥିଲା। ସେହି ଦିନ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବାଧିକ ମୃତ୍ୟୁ ସଂଖ୍ୟା ୧୦୪ରେ ପହଞ୍ଚିଥିଲା।