ଟ୍ରମ୍ପଙ୍କ ପରେ ହ୍ୱାଇଟ୍‌ ହାଉସରେ ବଢିଲା କରୋନା ସଂକ୍ରମଣ

ୱାଶିଂଟନ:କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେରିବା ପରେ ଏବେ ହ୍ୱାଇଟ ହାଉସରେ ଅଧିକ ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଟ୍ରମ୍ପ ଓ ପତ୍ନୀ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀମାନେ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରିଷ୍ଠ ଆଇନ ପରାମର୍ଶଦାତାଙ୍କଠାରୁ ଆରମ୍ଭ କରି ଶୀର୍ଷ ସେନା ଅଧିକାରୀ ଅଛନ୍ତି।

ଜଣାଯାଇଛି, ହ୍ୱାଇଟ ହାଉସର ବରିଷ୍ଠ  ପଲିସି ଆଡ୍‌ଭାଇଜର ଷ୍ଟିଫନ ମିଲର ଗତ ୫ ଦିନ ହେଲା ହୋମ ଆଇସୋଲେସନରେ ଥିଲେ। ମଙ୍ଗଳବାର ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ମିଲରଙ୍କ ପତ୍ନୀ ଏବଂ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ପୂର୍ବରୁ କରୋନ ଆକ୍ରାନ୍ତ ହୋଇଥିଲେ।

ଏଥିସହିତ କୋଷ୍ଟ ଗାର୍ଡ ଅଧିକାରୀ, ବରିଷ୍ଠ ସେନା ଅଧିକାରୀ, କୋଷ୍ଟ ଗାର୍ଡଙ୍କ ଉପ-କମାଣ୍ଡାଣ୍ଟ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଆମେରିକା ରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ପକ୍ଷରୁ କୁହାଯାଇଛି, ଗତ ସପ୍ତାହରେ ଏହି ବରିଷ୍ଠ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଅଧିକାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

 

You might also like