କେଉଁଠୁ ଆସିଲା କରୋନା ଭାଇରସ ? ବୈଜ୍ଞାନିକଙ୍କୁ ମିଳିଲା ତଥ୍ୟ

ଲସ୍‌ଏଞ୍ଜେଲ୍ସ: କରୋନା ରୋଗକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। କେଉଁଠୁ ଆସିଲା ଏଇ ଭାଇରସ୍, କେମିତି ଆସିଲା ? କିପରି କରାଯିବ ଏହାର ଚିକିତ୍ସା ? ଏନେଇ ବିଶେଷଜ୍ଞମାନେ ଦ୍ୱନ୍ଦ୍ୱରେ ଥିବାବେଳେ ଏବେ ଏହାର ଉତ୍ତର ମିଳିଛି। ଆମେରିକା ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଭାଇରସ ଜଙ୍ଗଲି ଜନ୍ତୁଙ୍କଠାରୁ ସୃଷ୍ଟି ହୋଇ ମଣିଷକୁ ସଂକ୍ରମିତ ହୋଇଛି ଯାହାର ପ୍ରଭାବରେ ସାରା ବିଶ୍ୱରେ ୧,୮୪,  ୨୮୦ ଜଣ ଲୋକଙ୍କ ଜୀବନ ଗଲାଣି। ବିଶ୍ୱର ଅଧାରୁ ଅଧିକ ଅଞ୍ଚଳରେ ଲୋକେ ଲକ୍‌ଡାଉନରେ ରହିବାକୁ ବାଧ୍ୟ ହେଉଛନ୍ତି।

ଆମେରିକାର ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନା ଭାଇରସ ସହ ଗତ ଦଶକରେ ଦେଖା ଦେଇଥିବା ଅନେକ ମହାମାରୀର ସମ୍ପର୍କ ବନ୍ୟ ଜନ୍ତୁଙ୍କ ସହ ରହିଛି। ୟୁନିଭର୍ସିଟି ପ୍ରଫେସର ପାଓଲା କହିଛନ୍ତି, ଆମେ ଏମିତି ପରିସ୍ଥିତି ସୃଷ୍ଟି କରୁଛୁ ଯଦ୍ଦ୍ୱାରା ଖୁବ୍‌ କମ୍‌ ସମୟ ମଧ୍ୟରେ ଏମିତି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। କିଛି ସମୟ ବ୍ୟବଧାନରେ ପୁଣିଏପରି ପରିସ୍ଥିତି ସୃଷ୍ଟି ହେବ।

ତେବେ ବୈଜ୍ଞାନିକମାନେ ଏହି କରୋନା ଭାଇରସ କିପରି ସୃଷ୍ଟି ହେଲା  ସେ ନେଇ ନିଶ୍ଚିତ ହୋଇ ନାହାନ୍ତି । ତଥାପି ବିଶ୍ୱାସ କରୁଛନ୍ତି, ଘୋଡା ନାଲ ସେପ୍‌ର ବାଦୁଡିଠାରୁ ଏହା ସଂକ୍ରମିତ ହୋଇଛି।

କେନନଙ୍କ କହିବା ଅନୁଯାୟୀ, ଏକଥା ସତ ଯେ, ବାଦୁଡିଠାରୁ ହିଁ ଏହି ଭାଇରସ ସଂକ୍ରମିତ ହୋଇଛି। ଚୀନର ଉହାନ ସହର ସ୍ଥିତ ମିଟ୍‌ ମାର୍କେଟରୁ ଏହି ଭାଇରସ୍ ସଂକ୍ରମଣ ହୋଇଥିଲା। ଏହି ମାର୍କେଟରେ ଜୀବନ୍ତ ବନ୍ୟଜନ୍ତୁ ବିକ୍ରି କରାଯାଏ । କିଛି ବର୍ଷ ତଳେ ଏଠାରେ ସାର୍ସ ଏବଂ ମର୍ସ ପରି ରୋଗ ଦେଖା ଦେଇଥିଲା। ମର୍ସ ପ୍ରଥମେ ବାଦୁଡି ଏବଂ ବାଦୁଡିଠାରୁ ଓଟଙ୍କ ପାଖକୁ ସଂକ୍ରମିତ ହୋଇଥିଲା। ଓଟଙ୍କ ପାଖରୁ ମଣିଷକୁ ସଂକ୍ରମିତ ହୋଇଥିଲା।

ସେହିପରି ସାର୍ସଳ ବିରାଡିଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ। ବୈଜ୍ଞନିକମାନେ ଏକଥା ବି ବିଶ୍ୱାସ କରନ୍ତି ଯେ, ଇବୋଲୋ ମଧ୍ୟ ବାଦୁଡିଠାରୁ ମଣିଷକୁ ସଂକ୍ରମିତ ହୋଇଛି।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

You might also like