କେବେ ମିଳିବ କରୋନା ଟିକା ? ସ୍ପଷ୍ଟ କଲା WHO

ନୂଆଦିଲ୍ଲୀ: କରୋନାକୁ ନେଇ ଆସିଲା ଖୁସି ଖବର। ସାରା ବିଶ୍ୱ କରୋନା ସହ ଲଢୁଥିବାବେଳେ ଏବେ ଏଥିରୁ ମୁକ୍ତି ପାଇବାର ଆଶା ଉଜ୍ଜ୍ୱଳ ହୋଇଛି। କାରଣ ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ମିଳିବାର ସମ୍ଭାବନା ଦେଖା ଦେଇଛି। ଏ ନେଇ ଆଶ୍ୱାସନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

୨୦୨୦ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ କରୋନା ଟିକା।  ବିଶ୍ୱ ସ୍ୱାସ୍ଥ୍ୟ  ସଂଗଠନ ମୁଖ୍ୟ ମହାମାରୀ କରୋନାକୁ ନେଇ ପରିଚାଳନା ବୋର୍ଡ ବୈଠକରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡାଇରେକ୍ଟର ଜେନେରାଲ ଟେଡ୍ରସ କହିଛନ୍ତି ଆମକୁ ଟିକାର ଆବଶ୍ୟକତା ଅଛି। ବିଶ୍ୱାସ ଅଛି, ଚଳିତ ବର୍ଷ ଶେଷ ସୁଦ୍ଧା ଆମ ପାଖରେ କରୋନା ଟିକା ଉପଲବ୍ଧ ହେବ ।

ସେତିକି ନୁହେଁ,  ୯ଟି ଭ୍ୟାକ୍ସିନ ପରୀକ୍ଷଣ ପର୍ଯ୍ୟାୟରେ ଅଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭାକ୍ସ ଗ୍ଲୋବାଲ ଫାସିଲିଟି ଦ୍ୱାରା ୨୦୨୧ ଶେଷ ସୁଦ୍ଧା ୨ ଶହ କୋଟି ଡୋଜ୍ ବିତରଣ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

ସେ ସୂଚନା ଦେଇ କହିଥିଲେ, ଭୟଙ୍କର ଭୂତାଣୁ ଦ୍ୱାରା ୩୫, ୭୫, ୭୦୪ ଜଣ  ଆକ୍ରାନ୍ତ ହେଲେଣି। କରୋନା ଜନିତ ମୃତ୍ୟୁ ସଂଖ୍ୟା୧, ୦୪୭,୨୨୦ଛୁଇଁଲାଣି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୧, ୨୪୭

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

ଆଖି ବୁଜିଲେ ୧୪ କରୋନା ଆକ୍ରାନ୍ତ

ଆଜି ଚିହ୍ନଟ ହେଲେ ୧, ୪୮୦ କରୋନା ପଜିଟିଭ, ଖୋର୍ଦ୍ଧାରୁ କମୁଛି, ଅନୁଗୋଳରେ ବଢୁଛି

କରୋନାରୁ ସୁସ୍ଥ ହେଲେ ଆଉ ୨୦୭୧ ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ରାଜ୍ୟରେ ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱରରେ ୧୮୨ କରୋନା ପଜିଟିଭ ଚିହ୍ନଟ

You might also like