ଜାନୁଆରୀ ସୁଦ୍ଧା ମିଳିବ କରୋନା ଟିକା କୋଭାସିଲ୍‌ଡ !

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ସୁଦ୍ଧା ଭାରତରେ ଉପଲବ୍ଧ ହୋଇପାରେ କରୋନା ଟିକା କୋଭାସିଲ୍‌ଡ । ଏହି ଟିକା ଅପେକ୍ଷାକୃତ କମ୍ ଦାମରେ ମିଳିପାରିବ ବୋଲି ଏହାର ପ୍ରସ୍ତୁତକର୍ତ୍ତା କମ୍ପାନୀ ସେରମ୍ ଇନଷ୍ଟିଚ୍ଯୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲା କହିଛନ୍ତି ।

ପୁଣେସ୍ଥିତ ଏହି ଫାର୍ମା କମ୍ପାନୀର ସିିିିିଇଓ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯଦି ଟିକା ଭୂତାଣୁ ବିରୋଧୀ ଓ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ ଏବଂ ନିୟନ୍ତ୍ରକ ସଂସ୍ଥା ଅନୁମତି ଦିଏ, ତେବେ ଏହା ୨୦୨୧ ଜାନୁଆରୀ ସୁଦ୍ଧା ଶସ୍ତାରେ ଭାରତରେ ଉପଲବ୍ଧ ହୋଇ ପାରିବ।

ଉଭୟ ଭାରତ ଓ ଇଂଲଣ୍ଡରେ ଏହି ଟିକା ସଫଳତାର ସହ ପରୀକ୍ଷଣ କରାଯାଇଛି । ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ-SII, ବ୍ରିଟିଶ୍ ଓ ସ୍ୱିଡିସ୍ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସହ ମିଶି କୋଭିସିଲଡ୍ ଉତ୍ପାଦନ ପାଇଁ ଗବେଷଣା ଜାରି ରଖିଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ହେଉଥିବା ଏହି ଟୀକା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ତରରେ ରହିଛି।

ପୁନୱାଲା କହିଛନ୍ତି, ଏହି ଭାକ୍ସିନ ଭାରତ ଏବଂ ଭାରତ ବାହାରେ ହଜାର ହଜାର ଲୋକଙ୍କ ଶରୀରରେ ପରୀକ୍ଷଣ କରାଯାଇଛି। ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ଦ ଲାସେଣ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି କୋଭିଡ-୧୯ ଭାକ୍ସିନ ୧୮ରୁ ୫୫ ବର୍ଷ ବୟସ୍କ ଲୋକଙ୍କ ଶରୀରରେ ଇମ୍ୟୁନ ପାୱାରକୁ ଦୁଇଗୁଣ ବୃଦ୍ଧି କରିପାରୁଛି। ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି, ଏହାର ଦୁଇଟି ଡୋଜ ବହୁତ ବଡ଼ ସଫଳତା ଦେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ସିଙ୍ଗଲ ଡୋଜ୍‌ ଇଞ୍ଜେକ୍ସନର ବର୍ତ୍ତମାନ ପରୀକ୍ଷଣ ଚାଲିଛି।

ଯାହା ବି ହେଉ, ଏହି ଭାକ୍ସିନ ଶସ୍ତାରେ ମିଳିପାରିବ ବୋଲି ଉତ୍ପାନଦକାରୀ କମ୍ପାନୀ ପ୍ରତିଶ୍ରୁତି ଦେଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବର୍ତ୍ତମାନ ୬୦ରୁ ୭୦ ମିଲିଅନ ଡୋଜ ଉତ୍ପାଦନ କରିବ ବୋଲି ଲକ୍ଷ୍ୟ ରଖିଛି। ପରବର୍ତ୍ତୀ ମାସରେ ଏହାକୁ ୧୦୦ ମିଲି୍ଅନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ସିଇଓ ଅଦର ପୁନାଓ୍ୱାଲା।

 

You might also like