କରୋନା ଅପ୍‌ଡେଟ୍: ଅନ୍ୟ ବିଦେଶୀ ରାଷ୍ଟ୍ର ଅପେକ୍ଷା ଭାରତରେ ସଂକ୍ରମଣ ହାର କମ୍

ନୂଆଦିଲ୍ଲୀ: ଦେଶରେ ୧ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୩୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୫୮ ହଜାର ୮୦୨ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୩୯ ହଜାର ୧୭୩ ଜଣ ସୁସ୍ଥ ହୋଇଛନ୍ତି।

Red Coronavirus COVID-19 Background - Download Free Vectors ...

ଗତ ୨୪ ଘଣ୍ଟା ଭିତରେ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୧୬୩ରେ ପହଞ୍ଚିଛି।

Covid-19 infection background with blood platelets and virus cells ...

ସେପଟେ ଗତ ୨୪ ଘଣ୍ଟା ଭିତରେ ସୁସ୍ଥ ହୋଇଛନ୍ତି ୨ ହଜାର ୩୫୦ କୋଭିଡ୍ ଆକ୍ରାନ୍ତ। ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ହଜାର ୧୭୩ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବାରୁ ଆରୋଗ୍ୟ ହାର ୩୮ ଦମଶିକ ୭୩ ପ୍ରତିଶତରେ ପହଞ୍ଚିଥିବାରୁ ଏଥିରେ ଲଗାତର ଉନ୍ନତି ହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।Coronavirus vector, 120 Best Free Graphics on Freepik

ସେପଟେ ଆମେରିକା, ସ୍ପେନ୍, ଇଟାଲୀ ଭଳି ବିଦେଶୀ ରାଷ୍ଟ୍ର ତୁଳନାରେ ଭାରତରେ କୋଭିଡ୍ ସଂକ୍ରମଣ ହାର ଯଥେଷ୍ଟ କମ୍ ବୋଲି ଦର୍ଶାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ୧ ଲକ୍ଷରେ ପହଞ୍ଚିବା ଲାଗି ଆମେରିକାରେ ୨୫ ଦିନ ଓ ସ୍ପେନରେ ୩୦ ଦିନ ଲାଗିଥିବା ବେଳେ ଭାରତରେ ୬୪ ଦିନ ଲାଗିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

You might also like