କରୋନା ପାଇଁ ଖାତା ଦେଖା ଓ ପରୀକ୍ଷା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲା ୟୁଜିସି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ(ୟୁଜିସି) ଗୁରୁବାର ନୂଆ ନିର୍ଦ୍ଦେଶନାମା ଜାରି କରିଛି। କରୋନା ଭାଇରସକୁ ଦୃଷ୍ଟିରେ ରଖି ୟୁଜିସି ଅଧୀନରେ ଥିବା ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ମାର୍ଚ୍ଚ ଶେଷ ଯାଏ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।

ସେତିକି ନୁହେଁ, ଏହି ସମୟ ସୀମା ମଧ୍ୟରେ କୌଣସି ପ୍ରକାରର ଖାତା ଦେଖା କାର୍ଯ୍ୟ ମଧ୍ୟ ଚାଲିପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି । ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ପରବର୍ତ୍ତୀ ସମୟରେ ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ପରୀକ୍ଷା ତାରିଖ ଓ ଖାତା ଦେଖା ଉପରେ ନିଷ୍ପତ୍ତି ନିଆଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।

You might also like