କରୋନା ଅନାଥଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦି:୨୩ ବର୍ଷ ହେଲେ ମିଳିବ ୧୦ ଲକ୍ଷ ଟଙ୍କା

କରୋନା ଅନାଥଙ୍କ ପାଇଁ ପିଏମ୍ କେୟାର୍ସ ସ୍କିମ୍

  • କରୋନା ଅନାଥଙ୍କ ପାଇଁ ପିଏମ୍ କେୟାର୍ସ ସ୍କିମ୍
  • କରୋନାରେ ବାପା-ମାଆ ଛେଉଣ୍ଡଙ୍କ ପାଇଁ ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା
  • ୧୮ ବର୍ଷ ବୟସରୁ ମିଳିବ ଷ୍ଟାଇପେଣ୍ଡ, ୨୩ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କା
  • ପିଲାଙ୍କ ପାଇଁ ପିଏମ୍ କେୟାର୍ସ ନାଁରେ ଯୋଜନା ଆରମ୍ଭ କଲେ ମୋଦି
  • କରୋନା ଅନାଥଙ୍କୁ ଚିହ୍ନଟ କରି ସହାୟତା ଲାଗି କାଲି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ
  • ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ: କରୋନା ମହାମାରୀରେ ବାପା ମାଆଙ୍କୁ ହରାଉଥିବା ଅନାଥଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଭଳି ପିଲାଙ୍କ ଭବିଷ୍ୟତ ସୁରକ୍ଷା ଲାଗି ପିଏମ୍ କେୟାର୍ସ ଫଣ୍ଡରୁ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଲାଙ୍କ ପାଇଁ ପିଏମ୍ କେୟାର୍ସ ନାଁରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଯେଉଁ ପିଲାମାନେ କରୋନାରେ ବାପା ମାଆ କିମ୍ବା ଅଭିଭାବକଙ୍କୁ ହରାଉଛନ୍ତି ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ସେଭଳି ପିଲାଙ୍କୁ ୧୮ ବର୍ଷ ହେବା ମାତ୍ରେ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

ସେହିଭଳି ୨୩ ବର୍ଷ ବୟସର ହେଲେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଏକ ପାଣ୍ଠି ମଧ୍ୟ ମିଳିବ। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାପୂର୍ବରୁ ଗତକାଲି କରୋନାରେ ଅନାଥ ହେଉଥିବା ଶିଶୁଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଆସନ୍ତା ଶନିବାର ସୁଦ୍ଧା ଏଭଳି ପିଲାଙ୍କର ତାଲିକା ପ୍ରସ୍ତୁତ କରି ଏହାକୁ NCPCR ୱେବ୍‌ସାଇଟରେ ଅପଲୋଡ୍ କରିବାକୁ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

You might also like