ଅଛୁଆଁ ହେଲା ଶବ ! କରୋନା ମୃତକଙ୍କୁ ଜେସିବିରେ ବୋହିନେଲେ

ଶ୍ରୀକାକୁଲମ୍:  ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ହୋଇପଡ଼ିଲା ଯେପରି ଏକ ଅଦରକାରୀ ଅବା ଆବର୍ଜ୍ଜନା ଜିନିଷ। ଶେଷରେ ଜେସିବିରେ ଲଦି ଅନ୍ତିମ ସଂସ୍କାର ପାଇଁ ନିଆଗଲା ମୃତଦେହ। ଏଭଳି କିଛି ହୃଦୟବିଦାରକ ଓ ଅମାନବୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ

ସ୍ଥାନୀୟ ଅଞ୍ଚଳର ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନାରେ  ମୃତ୍ୟୁ ଘଟିବା ପରେ ତାଙ୍କୁ ଜେସିବିର ସାମ୍ନାରେ ରଖି ନିଆଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କରୋନା ଆକ୍ରାନ୍ତ ଜଣଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହସ୍ପିଟାଲରୁ ଏପରି ଭାବେ ଜେସିବିରେ ଲଦି ନିଆଯିବା ପରେ ଶେଷକୃତ୍ୟ କରାଯାଇଥିଲା।

ହେଲେ କାହିଁକି ଆମ୍ବୁଲାନ୍ସ କିମ୍ବା ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଗଲାନି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ପରେ ପଲାସା ମୁନିସ୍‌ପାଲ କମିଶନର ଓ ସାନିଟାରୀ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି। 

ପୂର୍ବରୁ ଜୁନ ୨୪ ତାରିଖରେ ମଧ୍ୟ ଏହିପରି ଏକ ଘଟଣା ଉକ୍ତ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ସମ୍‌ପେଟା ସହରର ଜଣେ ମହିଳାଙ୍କର କୋଭିଡ ୧୯ରେ ମୃତ୍ୟୁ ଘଟିବା ପରେ ତାଙ୍କୁ ଟ୍ରାକ୍ଟରରେ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

 

ଆହୁରି ପଢ଼ନ୍ତୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଯବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

You might also like