କରୋନା ପାଇଁ ଔଷଧ ଲଞ୍ଚ୍‌ କଲା ପତଞ୍ଜଳି; ୭ ଦିନ ଭିତରେ ରୋଗ ଭଲ ହେବା ନେଇ ଦାବି

ହରିଦ୍ୱାର: କରୋନା ଭାଇରସ ପାଇଁ ଦୁଇଟି ଔଷଧ ଲଞ୍ଚ୍‌ କଲା ଦେଶର ଆୟୁରବେଦିକ କମ୍ପାନୀ ପତଞ୍ଜଳି। ଏହି ଔଷଧର ନାଁ କୋରୋନିଲ ଓ ଶ୍ୱାସରି ରଖାଯାଇଛି। ଔଷଧର ସଫଳ ପରୀକ୍ଷଣ ହୋଇଥିବା କମ୍ପାନୀ କହିବା ସହିତ ୭ ଦିନ ଭିତରେ କରୋନା ରୋଗ ଭଲ ହେବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଉତ୍ତରାଣ୍ଡରର ହରିଦ୍ୱାରରେ ଥିବା କମ୍ପାନୀର ମୁଖ୍ୟାଳୟରେ ଏହି ଔଷଧକୁ ଲଞ୍ଚ କରିଛନ୍ତି ଯୋଗ ଗୁରୁ ରାମ ଦେବ।

ପୂର୍ବରୁ କରୋନା ଔଷଧ ତିଆରି କରିବାରେ ପତଞ୍ଜଳିର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି ବୋଲି କମ୍ପାନୀର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ସୂଚନା ଦେଇଥିଲେ। ତେବେ ଆଜି ଲଞ୍ଚ୍ ହୋଇଥିବା ଔଷଧର ପରୀକ୍ଷ ଶତପ୍ରତିଶତ ସଫଳ ହୋଇଛି ବୋଲି ବାଳକୃଷ୍ଣ ଦାବି କରିଛନ୍ତି।

ପତଞ୍ଜଳିର ଗବେଷକମାନେ କମ୍ପାନୀର ରିସର୍ଚ ଇନଷ୍ଟିଟ୍ୟୁଟ୍‌(ପିଆର୍‌ଆଇ) ଏବଂ ନ୍ୟାସ୍‌ନାଲ୍ ଇନଷ୍ଟିଟ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍ସ(ଏନ୍‌ଆଇଏମ୍‌ଏସ୍‌)ଜୟପୁରର ମିଳିତ ଉଦ୍ୟମରେ ଗବେଷଣା କରିଥିଲେ।  ଦିବ୍ୟା ଫାର୍ମସି ଦ୍ୱାରା ଏହି ଔଷଧ ତିଆରି ହୋଇଥିବା ବାଳକୃଷ୍ଣ ସୂଚନା ଦେଇଛନ୍ତି।

ଔଷଧ ଲଞ୍ଚ୍‌ କଲାବେଳେ ରାମଦେବ କହିଥିଲେ, “ଏହା ଗର୍ବର କଥା ଯେ କରୋନା ଭାଇରସ୍‌ ପାଇଁ ଆମେ ପ୍ରଥମେ ଆୟୁର୍ବେଦିକ ଔଷଧ ତିଆରି କରିବାରେ ସଫଳ ହୋଇଛୁ। ଏହାର ନାମ କୋରୋନିଲ ରଖଯାଇଛି। ୧୦୦ ରୋଗୀଙ୍କ ଉପର ଏହି ଔଷଧର ପରୀକ୍ଷଣ କରାଯାଇଥିଲା। ତିନି ଦିନ ମଧ୍ୟରେ ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ରୋଗୀଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ୭ ଦିନ ମଧ୍ୟରେ ସବୁ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ବୋଲି ରାମ ଦେବା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଔଷଧ ଉପରେ ଯଥେଷ୍ଟ ପରୀକ୍ଷଣ ହୋଇଛି। ଆମ ଔଷଧରେ ଶହେ ପ୍ରତିଶତ ରୋଗୀ ଭଲ ହେବେ ବୋଲି ଦାବି କରିଛନ୍ତି ରାମ ଦେବ। ଔଷଧ ଆବିଷ୍କାର ପାଇଁ ବୈଜ୍ଞାନିକ ପଦ୍ଧତିକୁ ଅନୁସରଣ କରାଯାଇଛି ବୋଲି ରାମ ଦେବ କହିଛନ୍ତି।

 

 

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

You might also like