ଦେଶରେ ଗୋଟିଏ ଦିନରେ ବାହାରିଲେ ୫୦ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ମାମଲା ବର୍ତ୍ତମାନ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ମାମଲା ଆସିବା ପରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ ୧୩ ଲକ୍ଷରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪  ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୭୪୦ ଜଣ ରୋଗୀ ପ୍ରାଣ ହରାଇଛନ୍ତି।

ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର୯୪୫କୁ ବୃଦ୍ଧି ପାଇଛି।  ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେବା ପରେ ସ୍ପଷ୍ଟ ହେଉଛି, କରୋନା ଭାଇରସ ଦ୍ରୁତ ଗତିରେ ତାର କାୟା ବିସ୍ତାର କରି ଚାଲିଛି। ସୂଚନା ଥାଉ କି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାରେ ୩୦,୬୦୧ଜଣଙ୍କର ମୃତ୍ୟୁ ଘଟିଲାଣି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି,  ବର୍ତ୍ତମାନ ଦେଶରେ ୪, ୪୦, ୧୩୫ ସକ୍ରିୟ ମାମଲା ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀରୁ ୮, ୧୭, ୨୦୮ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏସବୁ ମଧ୍ୟରେ ଭଲ କଥା ହେଉଛି କରୋନା ସଂକ୍ରମିତ ରୋଗୀଙ୍କ ସୁସ୍ଥ ହେବା ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ କରୋନା ରୋଗୀଙ୍କ ସୁସ୍ଥ ହାର ୬୩.୪୫ ପ୍ରତିଶତ ରହିଛି।  ମହାରାଷ୍ଟ୍ର କରୋନା ଜୀବାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି।

ଭାରତର ଅନ୍ୟ ରାଜ୍ୟଗୁଡ଼ିକ ବିଷୟରେ କହିବାକୁ ଗଲେ ମହାରାଷ୍ଟ୍ର ଏବଂ ତାମିଲନାଡୁର ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ପରି ମନେହୁଏ। ମହାରାଷ୍ଟ୍ରରେ ବର୍ତ୍ତମାନ ୩.୪୭  ଲକ୍ଷ ଏବଂ ତାମିଲନାଡୁରେ୧.୯୨ ଲକ୍ଷ ମାମଲା ରହିଛି। ୧,୨୭ ଲକ୍ଷ ମାମଲା ସହିତ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଏହି ତିନୋଟି ରାଜ୍ୟର ଟ୍ରେଣ୍ଡରେ ଏକ ପାର୍ଥକ୍ୟ ଅଛି। ତେବେ ଦିଲ୍ଲୀରେ ରୋଗୀଙ୍କ ସଂଖ୍ୟା କମୁଥିବାବେଳେ  ମହାରାଷ୍ଟ୍ର ଏବଂ ତାମିଲନାଡୁରେ ଆକ୍ରାନ୍ତ ସଂଖ୍ୟା କମୁ ନାହିଁ।

 

ଆହୁରି ପଢ଼ନ୍ତୁ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ସୋମବାରଠାରୁ ଆରମ୍ଭ ହେବ ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଏଣିକି ଅଧଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

You might also like