ଭଲ ଖବର ! ପାଖାପାଖି ଅଧା ଭାରତ କରୋନା ମୁକ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫୫୯ ଛୁଇଁ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୫୫ରେ ପହଞ୍ଚିଛି। ସେଥିମଧ୍ୟରୁ  ୨୮୪୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗୋଆ, ମଣିପୁର କରୋନା ମୁକ୍ତ ବୋଲି ସଂପୃକ୍ତ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଏସବୁ ଭିତରେ ଆଉ ଏକ ଭଲ ଖବର ଆସିଛି। ଦେଶର ମୋଟ୍ ୭୩୬ ଜିଲ୍ଲାରୁ ୩୨୫ ଜିଲ୍ଲା କରୋନା ମୁକ୍ତ ବୋଲି ଜଣାପଡ଼ିଛି। ଯାହାକି ୪୬% ପାଖାପାଖି ୫୦% ବୋଲି ଜଣାପଡ଼ିଛି।

ସେହିପରି ଦେଶର ୪୧୧ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲ୍ଲାରେ ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ୪ ରାଜ୍ୟର ୧୧ଟି ସହରରେ କରୋନା ସ୍ଥିତି ଗମ୍ଭୀର ଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ଏହି ୪ ରାଜ୍ୟ ହେଲା- ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ।

You might also like