ଲକ୍‌ଡାଉନ ନିୟମ କୋହଳ; ତାଲିକାରେ ଅଛି କି ମଦଦୋକାନ ?

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ କରାଯାଇଛି। ଇତି ମଧ୍ୟରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଛୋଟ ଛୋଟ ଦୋକାନ ଖୋଲିବା ପାଇଁ ଇତି ମଧ୍ୟରେ ଅନୁମତି ମିଳିଛି। ତେବେ ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଦୋକାନବଜାର ଖୋଲିବ ନାହିଁ।

ଲକ୍‌ ଡାଉନ ପାଇଁ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଦିଆଯାଇଥିଲା । କେବଳ ଜରୁରୀ ସାମଗ୍ରୀ ମିଳୁଥିବା ଦୋକାନ ଯେପରି ଫଳ, ପନିପରିବା, ଔଷଧ ଦୋକାନ ଖୋଲିବାକୁ ଅନୁମତି ମିଳିଛି। କ’ଣ ଦୋକାନ ଖୋଲିବ ଆଉ କ’ଣ ଖୋଲିବନି ସେ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ହେଲେ ମଦ ଦୋକାନ କିମ୍ବା ବାର୍‌ ଖୋଲିବ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଗଲା ନାହିଁ।

ତେବେ ଅନେକଙ୍କ ମନରେ ଦ୍ୱନ୍ଦ୍ୱ, ମଦ ଦୋକାନ ଖୋଲିବ ତ?

ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ ବାର ଏବଂ ମଦ ଦୋକାନ ଖୋଲି ପାରିବ ନାହିଁ। ଏ ନେଇ ପଞ୍ଜାବ ସରକାରଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଖାରଜ କରି ଦେଇଥିଲେ। ଗୃହ ମନ୍ତ୍ରାଳୟର ସଂଶୋଧିତ ନିର୍ଦ୍ଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଦେଶରେ କୌଣସି ସ୍ଥାନରେ ମଦ ଦୋକାନ ବା ବାର ଖୋଲିବ ନାହିଁ।

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like