କରୋନା ମୁକାବିଲା: ମେ’ ୪ରୁ ଲାଗୁ ହେବ ନୂଆ ଗାଇଡ୍‌ଲାଇନ୍ସ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ର ଅବଧି ମେ’ ୩ରେ ଶେଷ ହେବ। ତେବେ ଦେଶରେ ପୁଣିଥରେ ଲକ୍‌ଡାଉନ୍‌ର ଅବଧି ବୃଦ୍ଧି ହେବ ନା ନାହିଁ ତା’ହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।କରୋନା ମୁକାବିଲା ଲାଗି ଆସିବ କୋଭିଡ୍-୧୯ ନୂଆ ଗାଇଡ୍‌ଲାଇନ୍ସ। ‌ଆସନ୍ତା ମେ’ ୪ ତାରିଖରୁ ଏହି ନୂଆ ଗାଇଡ୍‌ଲାଇନ୍ସ ଲାଗୁ ହେବ। ନୂଆ ଗାଇଡ୍‌ଲାଇନ୍ସରେ ଅନେକ ଜିଲ୍ଲାରେ କଟକଣା କୋହଳ କରାଯିବ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛି ଗୃହ ମନ୍ତ୍ରାଳୟ।

ତେବେ ଏହି ନୂଆ ଗାଇଡ୍‌ଲାଇନ୍ସ କ’ଣ ରହିବ, ତାହା ସ୍ପଷ୍ଟ ହୋଇନାହିଁ। ଲକ୍‌ଡାଉନ୍‌ର ସ୍ଥିତି ସମ୍ପର୍କରେ ଗତକାଲି ସମୀକ୍ଷା କରାଯାଇଥିଲା। ତେବେ ଲକ୍‌ଡାଉନ୍‌ ଯୋଗୁ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବା ଗୃହ ମନ୍ତ୍ରାଳୟ କହିଛି।

You might also like