ଭାରତରେ କରୋନା: ତୃତୀୟ ଦିନରେ ବି ୩ ଲକ୍ଷ ପାର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହର ଆଶାତୀତ ଭାବେ ବୃଦ୍ଧି ପାଉଛି। ପ୍ରତ୍ୟେକ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ମାଡୁଛି। ଅବସ୍ଥା ଏତେ ଖରାପ ହଇଛି ଯେ, ଡାକ୍ତରଖାନାରେ ରୋଗୀଙ୍କ ପାଇଁ ସ୍ଥାନ ନାହିଁ। ଡାକ୍ତରଖାନା ବାହାରେ ରୋଗୀ ଶେଷ ନିଃଶ୍ୱାସ ଛାଡ଼ୁଛନ୍ତ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନାନୁସାରେ, ଆଜିର ନୂଆ ସଂକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୪୬, ୭୮୬ ଜଣ ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୬୨୪ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ,  ଭାରତରେ ଲଗାତର ତୃତୀୟ ଦିନ ୩ ଲକ୍ଷ ପାର ଦୈନିକ ସଂକ୍ରମଣ । ଆଜିର ତଥ୍ୟକୁ ମିଶାଇଲେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧କୁ ବୃଦ୍ଧି ପାଇଛି । ସେହିପରି ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ହଜାର ୫୪୪ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧୩ କୋଟି ୮୩ ଲକ୍ଷ ୭୯ ହଜାର ୮୩୨ ଲୋକ କରୋନା ଡୋଜ୍ ନେଇ ସାରିଛନ୍ତି।

ମହାରାଷ୍ଟ୍ରରେ କରୋନା ମହାମାରୀ ଆତଙ୍କ ଏବେ ବି ଲାଗି ରହିଛି। ରାଜ୍ୟରେ ଶୁକ୍ରବାର ୭୭୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୬୬, ୮୩୬ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ତେବେ ରାଜ୍ୟ ପାଇଁ ଆଶ୍ୱସ୍ତିର ଖବର ଏହା ଯେ, ଏହି ସମୟସୀମା ମଧ୍ୟରେ ରାଜ୍ୟର ୭୪, ୦୪୫ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥି ସହିତ ରାଜ୍ୟରେ ୬, ୯୧, ୮୫୧ ଆକ୍ଟିଭ କେସ୍‌ ରହିଛି। ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧,୬୧,୬୭୬ରେ ପହଞ୍ଚିଛି। ୩୪, ୦୪, ୭୯୨ ଜଣ ସୁସ୍ଥ ହୋଇଥିବାବେଳେ ୬୩, ୨୫୨ ଜଣଙ୍କର ମୃତ୍ୟୁ ଘଟିଛି।

ମୁମ୍ବାଇ କଥା ଦେଖିଲେ ଜଣାଯାଏ, ଦିନକରେ ଏଠାରେ ୭, ୨୨୧ ନୂଆ କେସ୍‌ ସାମ୍ନାକୁ ଆସିଛି। ଏହି ସମୟ ମଧ୍ୟରେ ଏଠାରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯, ୫୪୧ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିପରି ସହରରେ ଆକ୍ଟିଭ କେସ ରହିଛି ୮୧,୫୩୮।

ସେହିପରି ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୨୪, ୩୩୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଠାରେ ପଜିଟିଭିଟି ହାର ୩୨.୪୩% ରହିଛି। ତେବେ ଗତକାଲି ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି।

 

You might also like