ଡରେଇଲାଣି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ୪, ୨୦୯ କରୋନା ରୋଗୀ ଆଖି ବୁଜିଲେ

ନୂଆଦିଲ୍ଲୀ: କରୋନାର ୨ୟ ଲହରୀ ଦୁର୍ବଳ ହେଉଥିବା ପରି ମନେ ହେଉଥିଲେ ବି ବିପଦ ଟଳି ନାହିଁ। ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଡରେଇଲାଣି ମୃତ୍ୟୁ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତଥ୍ୟରୁ ଜଣାଯାଇଛି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨, ୫୯,୫୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୨୦୯ ରୋଗୀଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୬୦ ଲକ୍ଷ ୩୧ ହଜାର ୯୯୧ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଏବେ ଦେଶରେ କରୋନାରେ ୩୦ ଲକ୍ଷ ୨୭ ହଜାର ୯୨୫ ଆକ୍ଟିଭ କେସ ରହିଛି। ବର୍ତ୍ତମାନ ସୁଦ୍ଧା ୨ କୋଟି ୨୭ ଲକ୍ଷ ୧୨ ହଜାର ୭୩୫ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୧ ହଜାର ୩୩୧ ଜଣଙ୍କର ମୃତ୍ୟୁ ଘଟିଲାଣି।

ସେହିପରି ମହରାଷ୍ଟ୍ରରେ ମଧ୍ୟ କରୋନା ସଂକ୍ରମଣର ପ୍ରଭାବ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୨୯, ୯୧୧ ରୋଗୀଙ୍କୁ ଚିହ୍ନଟ କରାଯାଇଥିବାବେଳେ ୭୩୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଗୁରୁବାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୯୭, ୪୪୮ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୮୫ ହଜାର ୩୫୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି।

ସେହିପରି ପଶ୍ଚିମବଙ୍ଗରେ କରୋନା ସଂକ୍ରମଣରେ ଗୁରୁବାର ୧୬୨ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ମୃତକଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇ ୧୩, ୮୯୫ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୯, ୦୯୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨, ୦୯, ୯୫୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮, ୯୧୦ ଜଣ ଲୋକ ସଂକ୍ରମିଣରୁ ମୁକ୍ତ ହୋଇ ଫେରିଛନ୍ତି।

ମହାମାରୀର ଦ୍ୱିତୀୟ ଲହରୀ ଭୟାବହତା ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ବ୍ଲାକ୍ ଫଙ୍ଗସ୍ ।  ଦେଶରେ କରୋନା ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ । ଦେଶର ବିଭିନ୍ନ ସ୍ଥାନରେ ମୋଟ ୭୨୫୧ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ବେଳେ ଏଥିରେ ୨୧୯ ଲୋକ ପ୍ରାଣ ହରାଇ ସାରିଲେଣି । ଏହାକୁ ଦୃଷ୍ଟିରେ ରଖି ମହାମାରୀ ଅଧିନୟମ ୧୯୮୭ ଅନୁସାରେ ବ୍ଲାକ୍ ପଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କହିଛନ୍ତି କେନ୍ଦ୍ର ସରକାର ।

You might also like