୧୩ ପ୍ରତିଶତ କର୍ମଚାରୀ ଛଟେଇ କରିବ ଜମାଟୋ

ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁ ଦେଶର ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ଏଥିପାଇଁ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ କମ୍ପାନୀ ଦରମା କାଟ୍‌ କରିବା ଖବର ଶୁଣିବାକୁ ମିଳୁଛି। ଏବେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ମଧ୍ୟ ୧୩ ପ୍ରତିଶତ କର୍ମଚାରୀ କାଟ୍ କରିବାକୁ ନିଷ୍ପତ୍ତି ନେଇଛି। ଲକ୍‌ଡାଉନ୍‌ରେ କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଥିବାରୁ ଶୁକ୍ରବାର ଏଭଳି ଘୋଷଣା କରିଛି କମ୍ପାନୀ। ଏହି କମ୍ପାନୀରେ ବିଭିନ୍ନ ବର୍ଗରେ ପ୍ରାୟ ୪ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ଏ ନେଇ କମ୍ପାନୀର ଫାଉଣ୍ଡର ଦିପେନ୍ଦର ଗୋୟଲ୍‌ ଏକ ବ୍ଲଗ୍‌ ଲେଖି କହିଛନ୍ତି ଯେ ଗତ ଦୁଇ ମାସରେ କମ୍ପାନୀର ବ୍ୟବସାୟରେ ଅନେକ ପରିବର୍ତ୍ତନ ଆସିଛି। ଏଥିରୁ ବ୍ୟବସାୟର କିଛି ନୂଆ ଟ୍ରେଣ୍ଡ ଆରମ୍ଭ ହେବ।

ତେବେ ବର୍ତ୍ତମାନ ପରିସ୍ଥିତିର କମ୍ପାନୀ ପାଇଁ ଏତେଗୁଡ଼ି କର୍ମଚାରୀ ରଖିବା କଷ୍ଟକର ବ୍ୟାପାର। ତେଣୁ କମ୍ପାନୀ କର୍ମଚାରୀଙ୍କ ସଂଖ୍ୟା କମାଇବାକୁ ନିଷ୍ପତ୍ତି ନେଇଛି। ଯେଉଁମାନଙ୍କୁ କମ୍ପାନୀ ଚାକିରିରୁ ବାହାର କରିବ ସେମାନଙ୍କ ପାଖକୁ ଲିଡର୍‌ସିପ୍‌ଙ୍କ ପକ୍ଷରୁ ଭିଡିଓ‌ କଲ୍‌ କରି ତାର ସୂଚନା ଦେଇ ଦିଆଯିବ ବୋଲି କମ୍ପାନୀ କହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲାଗୁ ହେବା ନେଇ ସୁଚନା ମିଳିଛି।

ଯେଉଁମାନଙ୍କୁ ଚାକିରିରୁ ବହିଷ୍କୃତ କରାଯିବ ସେମାନଙ୍କ ପାଇଁ ଚାକିରି ଖୋଜିବାକୁ ମଧ୍ୟ ପ୍ରୟାସ କରିବ କମ୍ପାନୀ। ଏଥିପାଇଁ କମ୍ପାନୀର ସିଇଓଓ(ଚିଫ୍‌ ଅପରେଟିଂ ଅଫିସର୍), ସହ ସଂସ୍ଥାପକ ଗୌରବ ଗୁପ୍ତା, ଫୁଡ୍‌ ଡେଲିଭରି ସିଇଓ ମୋହିତ ଗୁପ୍ତା ଜୁମ୍‌ କଲ୍ ଦ୍ୱାରା ସେହି କର୍ମଚାରୀଙ୍କ ସହିତ କଥା ହେଇ ତାଙ୍କ ପାଇଁ ଚାକିରି ଖୋଜି ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେବେ।

ତେବେ ଯେଉଁ ଜୋମାଟୋ କର୍ମଚାରୀଙ୍କର କମ୍ପାନୀରେ ବର୍ତ୍ତମାନ ପାଇଁ କୌଣସି କାର୍ଯ୍ୟ ନାହିଁ, ସେମାନଙ୍କୁ ଆସନ୍ତ ୬ ମାସ ପର୍ଯ୍ୟନ୍ତ ୫୦ ପ୍ରତିଶତ ଦରମା ମିଳିବ ବୋଲି ଦୀପେନ୍ଦର ଗୋୟଲ କହିଛନ୍ତି। ନିକଟରେ  ଅନ୍‌ଲାଇନ୍‌ ଫୁଡ୍ ଡେଲିଭର କମ୍ପାନୀ ସ୍ୱିଗୀ ମଧ୍ୟ କର୍ମଚାରୀ ଛଟେଇ କରିବା ନେଇ ଖବର ଶୁଣିବାକୁ ମିଳିଥିଲା। 

You might also like