କରୋନା ଆକ୍ରମଣ କରିବା ପୂର୍ବରୁ ଜାତି, ଧର୍ମ, ଭାଷା ଦେଖେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାକୁ ନେଇ LinkedInରେ ପୋଷ୍ଟ କରି କହିଛନ୍ତି, “କରୋନା ଆମକୁ ଆକ୍ରମଣ କରିବା ପୂର୍ବରୁ ଜାତି, ଧର୍ମ, ରଙ୍ଗ, ଭାଷା କିମ୍ବା ସୀମା ସରହଦ ଦେଖେ ନାହିଁ। ତେଣୁ ଆମର ଚାଲିଚଳନ ଓ ଆଚରଣ, ଏକତା ଓ ଭାଇଚାରାକୁ ପ୍ରାଥମିକତା ଦେବା ଉଚିତ। ଏ କ୍ଷେତ୍ରରେ ଆମେ ସମସ୍ତେ ଏକାଠି ଅଛୁ।”

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବରୁ ଆମେ ଦେଶଗୁଡ଼ିକ କିମ୍ବା ସମାଜରେ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଆଜି ଆମେ ସମସ୍ତେ ଗୋଟିଏ କମନ୍‌ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ।

ଭବିଷ୍ୟତ ଏକତା ଏବଂ ସ୍ଥିରତା ଉପରେ ନିର୍ଭର ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଭାରତର ପରବର୍ତ୍ତୀ ବଡ଼ ଚିନ୍ତାଧାରା ବିଶ୍ୱ ସ୍ତରୀୟ ପ୍ରାସଙ୍ଗିକତା ଏବଂ ପ୍ରୟୋଗ ଭିତ୍ତିରେ ଖୋଜିବା ଉଚିତ। କେବଳ ଭାରତ ପାଇଁ ନୁହେଁ ସମଗ୍ର ମାନବଜାତି ପାଇଁ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାର କ୍ଷମତା ସେମାନଙ୍କ ପାଖରେ ରହିବା ଉଚିତ।”

You might also like