କରୋନାକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସତର୍କବାଣୀ

ନୂଆଦିଲ୍ଲୀ: ଜୁନ ଓ ଜୁଲାଇ ମାସ ବେଳକୁ ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ କରୋନା ସଂକ୍ରମଣ। ଏବେ ଯେଉଁ ଭଳି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ତାକୁ ବିଚାରକୁ ନେଲେ ଜୁନ୍ ଓ ଜୁଲାଇରେ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ।

ତେବେ ଦେଶରେ ଏବେ ସଂକ୍ରମଣ ସ୍ତର ଏଯାଏଁ ସର୍ବୋଚ୍ଚ ସୀମା ଛୁଇଁନଥିବା ସେ କହିଛନ୍ତି। ସେହିଭଳି ଲକ୍‌ଡାଉନ କରୋନା ସଂକ୍ରମଣ ରୋକିବାରେ କେତେ ପ୍ରଳପ୍ରଦ ହୋଇଛି ତାହା ସମୟକ୍ରମେ ଜଣାପଡ଼ିବ ବୋଲି ସେ ମତ ଦେଇଛନ୍ତି।

ମାର୍ଚ୍ଚ ୨୫ ଲକ୍‌ଡାଉନ ଘୋଷଣା ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬ ଶହ ଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ପ୍ରାୟ ଦେଢମାସର ଲକ୍‌ଡାଉନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୧୮ଶହ ଲୋକଙ୍କ ମୃତ୍ୟୁ ଘଟିଲାଣି। ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ଥିବା ବେଳେ ପ୍ରଥମେ ଚିନ୍ତା ସୃଷ୍ଟି କରିଥିବା କେରଳରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ଏକମାତ୍ର ରାଜ୍ୟଭାବେ ସିକ୍କିମ୍ ଏଯାଏଁ କରୋନାମୁକ୍ତ ରହିଛି।

ଆହୁରି ପଢ଼ନ୍ତୁ

You might also like