୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପ୍ରଭାବିତ ଟପ୍ ଟେନ୍ ଦେଶ ତାଲିକାରେ ଥିବା ଭାରତରେ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୬ ହଜାର ୫୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୬ ମୃତ୍ୟୁ ରେକର୍ଡ କରାଯାଇଛି।

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୧୬୭ ଟପିଥିବା ବେଳେ ଆକ୍ଟିଭ୍‌ କେସ୍ ୮୦ ହଜାର ୭୨୨ ରହିଛି। ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬୦ ହଜାର ୪୯୧ ଜଣ ବ୍ୟକ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ୫୨ ହଜାର ୬୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୧୬୯୫ ଟପିଛି। ସେହିଭଳି ଗୁଜରାଟରେ ୮୮୮ ଜଣ ମଧ୍ୟପ୍ରଦେଶ ୩୦୦, ପଶ୍ଚିମବଙ୍ଗରେ ୨୭୮ ଜଣଙ୍କର  ଜୀବନ ନେଇ ସାରିଲାଣି କରୋନା। ଦିଲ୍ଲୀରେ ୨୭୬, ରାଜସ୍ଥାନରେ ୧୬୭, ଉତ୍ତରପ୍ରଦେଶରେ ୧୬୫ ଜଣ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଯାଇଛି। ଅଧିକ କରୋନା ଖବର ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।

ଆହୁରି ପଢ଼ନ୍ତୁ

ପୂଜା ଫୁଲ ନଦୀରେ ପକାଇବାକୁ ଯାଇ ଭାସିଗଲା କୁନିପୁଅ

ଓଡ଼ିଶାରେ ଆଉ ୧୭୦  ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩୦୪ କରୋନା ଆକ୍ରାନ୍ତ, ୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଆଉ ୧୭୯ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୪,୬୭୭ରେ ପହଞ୍ଚିଲା ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

କରୋନା ଅପଡେଟ୍: ବଢ଼ୁଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ଓଡ଼ିଶାରେ ଆଉ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା, ମୃତ୍ୟୁ ସଂଖ୍ୟା ୧୧ ଛୁଇଁଲା

ଭାଙ୍ଗିଲା ରେକର୍ଡ: ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ‌ ଚିହ୍ନଟ

କରୋନା ରୋଗୀଙ୍କ ମୃତଦଦେହକୁ ମିଳୁନି ସମ୍ମାନ: ରାଗିଲେ ସର୍ବୋଚ୍ଚ ଅଦାଲତ

କରୋନା ସଂକ୍ରମଣ ତାଲିକାରେ ୟୁକେକୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଲା

ଓଡ଼ିଶାରେ କରୋନା ସଂକ୍ରମଣ ରୋକିବା ପାଇଁ ସପ୍ତାହକୁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଆରମ୍ଭ

୧୪୧ କରୋନା ପଜିଟିଭ ଚିହ୍ନଟ, ୨୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

You might also like