ଜଣେ ଅଫିସର୍ କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନ୍‌ରେ ପ୍ରାୟ ୫୦ ବିଏସ୍‌ଏଫ୍‌ ଯବାନ

ଗ୍ୱାଲିଅର: ମଧ୍ୟପ୍ରଦେଶ ଗ୍ୱାଲିୟର୍‌ ଜିଲ୍ଲା ଟେକାନପୁର ସହର ଥିବା ବିଏସ୍‌ଏଫ୍‌ ଏକାଡେମୀର ଜଣେ ଅଫିସର୍‌ ନୋଭେଲ୍‌ କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ଏକାଡେମୀର ପ୍ରାୟ ୫୦ ବିଏସ୍‌ଏଫ ଯବାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ତେବେ ଆଜି ସୁଦ୍ଧା ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ଏଡିଜି(ଆଡିସନାଲ ଡାଇରେକ୍ଟର ଜେନେରାଲ), ଇନ୍‌ସ୍ପେକ୍ଟର ଜେନେରାଲ୍ ଏବଂ ବିଏସ୍‌ଏଫ୍ ଏକାଡେମୀର ଉଭୟ ନିର୍ଦ୍ଦେଶକ ଅନ୍ୟ ଅଫିସର୍‌ଙ୍କ ସହିତ ସଂକ୍ରମିତ ବ୍ୟକ୍ତି ଯୋଗ ଦେଇଥିବା ମିଟିଂରେ ଉପସ୍ଥିତ ଥିଲେ। ଏଥିସହିତ ସବୁ ବିଭାଗର କମାଣ୍ଡରମାନେ ସେହି ମିଟିଂରେ ଯୋଗ ଦେଇଥିଲେ। କରୋନା ଯୋଗୁ ବିଏସ୍‌ଏଫ୍ ଦ୍ୱାରା କ୍ୱାରେଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତି ବୈଠକ ବସିଥିଲା।

ତେବେ ସଂକ୍ରମିତ ହୋଇଥିବା ୫୭ ବର୍ଷୀୟ ବିଏସ୍‌ଏଫ୍ ଯବାନଙ୍କ ପତ୍ନୀ ନିକଟରେ ଇଂଲଣ୍ଡରୁ ଫେରିଥିଲେ। ତାଙ୍କ ସଂସ୍ପର୍ଶରେ ଆସିବାରୁ ସେ କରୋନା ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଯବାନ ଭାବୁଛନ୍ତି।

ତେବେ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଯବାନଙ୍କୁ ସ୍ଥାନୀୟ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଛି ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୪ ଜଣଙ୍କୁ ସେଲ୍‌ଫ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି।

 

You might also like