ଭାରତର ଏହି ୩ଟି ରାଜ୍ୟ ହେଲା କରୋନା ମୁକ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବଢ଼ୁଛି କିନ୍ତୁ ଅନ୍ୟ ପଟେ କିଛି ଭଲ ଖବର ମଧ୍ୟ ରହିଛି।  ଦେଶର ମୋଟ ୩୨ ଟି ରାଜ୍ୟ ମଧ୍ୟରୁ ତିନୋଟି ରାଜ୍ୟ କରୋନା ଭାଇରସ୍ (COVID-19) ମୁକ୍ତ ହୋଇସାରିଛି। ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ଗୋଆ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜଣେ ବି କରୋନାରେ ଆକ୍ରାନ୍ତ ହୋଇନଥିବା ଜଣାପଡିଛି।

ଏହି ରାଜ୍ୟର କରୋନା ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏପରିକି ସେହି ରାଜ୍ୟର ୫ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ଯେଉଁଠି ଜଣେ ବି ଲୋକେ କରୋନାରେ ଆକ୍ରାନ୍ତ ହୋଇନଥିବା ଜଣାପଡିଛି। ନାଗାଲାଣ୍ଡ, ସିକ୍କିମ୍‌, ଦାମନ ଡିୟୁ, ଦାଦର ,ନାଗର ହାଭେଲିରେ  କେହିବି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୨୧,୩୯୩ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, ୧୪୦୯ ଟି ନୂଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୪୧ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ, ଏପର୍ଯ୍ୟନ୍ତ ୬୮୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୨୫୮ ଜଣ ରୋଗୀ ମଧ୍ୟ ସୁସ୍ଥହୋଇ ଘରକୁ ଫେରିଛନ୍ତି।

You might also like