ଭାରତରେ ପ୍ରଥମ କରୋନା ଭାକ୍ସିନର ହ୍ୟୁମାନ ଟେଷ୍ଟ, ୧୩ରେ ପଞ୍ଜୀକରଣ

ନୂଆଦିଲ୍ଲୀ:  ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ।ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତର ଅୟମାରମ୍ଭ’ ବୋଲି କହିଛି।

ତେବେ ଭାରତ ବାୟୋଟେକ୍ ଓ ICMR ମିଳିତ ପ୍ରୟାସରେ ପ୍ରସ୍ତୁତ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ କୋଭାକ୍ସିନକୁ ଦେଶର ପ୍ରଥମ ଟିକା ଭାବେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ଭାରତର ଏହି ପ୍ରଥମ କରୋନା ଟିକା ପରୀକ୍ଷଣରେ ଭାଗ ନେବେ ପ୍ରାୟ ୧୧ ଶହ ଲୋକ ।

ଦେଶର ବିଭିନ୍ନ ସ୍ଥାନର ୧୧ ଶହରୁ ଅଧିକ ଲୋକ ପଞ୍ଜିକରଣ କରିବେ ବୋଲି ଆଶା କରାଯାଉଛି ।କୋଭାକ୍ସିନର ହ୍ୟୁମାନ ଟ୍ରାଏଲ୍ କେମିତି ହେବ, ସେନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସନ୍ତା ସପ୍ତାହରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେଉଥିବା ବେଳେ ଏଥିରେ ଭାଗ ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ ଜୁଲାଇ ୧୩ରେ ପଞ୍ଜୀକରଣ କରିବେ ।

ପ୍ରଥମ ପଯର୍ୟାୟରେ ୩୭୫ ଜଣଙ୍କ ଉପରେ ଏହାକୁ ପରୀକ୍ଷା କରାଯିବ। ସେମାନଙ୍କୁ ୧୨୫ ଜଣିଆ ୩ଟି ଦଳରେ ଭାଗ କରାଯାଇ ୧୪ ଦିନ ଅନ୍ତରରେ ଗୋଟିଏ ଲେଖାଏଁ କ୍ୟାଣ୍ଡିଡେଟ୍ ଭ୍ୟାକ୍ସିନ ଓ କଣ୍ଟ୍ରୋଲ୍ ଭ୍ୟାକ୍ସିନ ଦିଆଯିବ।  ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ସନ୍ତୋଷଜନକ ହେଲେ ଆଉ ୭୫୦ ଜଣଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ ।

ଦେଶର ୧୨ଟି ହସ୍ପିଟାଲରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମେନ୍ ଟ୍ରାଏଲ୍ ହେବାକୁ ଥିବା ବେଳେ, ଏଯାଏଁ ସେଥିରୁ ୫ଟି ହସ୍ପିଟାଲ ଏଥିକ୍ସ କମିଟିର ଅନୁମତି ମିଳିଛି । ତେବେ କୋଭାକ୍ସିନ୍ ଟିକାର ଏହି ପରୀକ୍ଷଣ ଅବଧି ପ୍ରାୟ ୧ ବର୍ଷ ୩ ମାସ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like