’କୋଭିଡର ନୂଆ ଭ୍ୟାରିଏଣ୍ଟ ପାଇଁ କୋଭାକ୍ସିନ ଅଧିକ ଫଳପ୍ରଦ’ : ICMR

  • ଡବଲ ମ୍ୟୁଟାଣ୍ଟ ନଷ୍ଟ କରିବାରେ କୋଭାକ୍ସିନ ବେଶି ସାମର୍ଥ୍ୟ
  • ଗବେଷଣାରୁ କୋଭାକ୍ସିନ ଅଧିକ ସାମର୍ଥ୍ୟ ଥିବା କହିଲା ICMR
  • ୟୁକେ, ବ୍ରାଜିଲ୍, ଦକ୍ଷିଣ ଆମେରିକାର ମ୍ୟୁଟାଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ
  • ନ୍ୟାସନାଲ୍ ଭାଇରୋଲୋଜି, ଆଇସିଏମ୍ଆର୍ ରିସର୍ଚ୍ଚରେ ପ୍ରକାଶ

ନୂଆଦିଲ୍ଲୀ : କରୋନାର ନୂଆ ଭ୍ୟାରିଏଣ୍ଟ ମୁକାବିଲାରେ ଅଧିକ ଫଳପ୍ରଦ କୋଭାକ୍ସିନ୍ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନୂଆ  ମ୍ୟୁଟାଣ୍ଟକୁ ନଷ୍ଟ କରିବାରେ ଅଧିକ ସାମର୍ଥ୍ୟ ରଖିଛି । ଏନେଇ ନୂଆ ତଥ୍ୟ ପ୍ରକାଶ କରିଛି ICMR । ଏବେ ନୂଆ ଭାବେ ଦେଖାଦେଇଥିବା ୟୁକେ, ବ୍ରାଜିଲ୍, ଦକ୍ଷିଣ ଆମେରିକାର ମ୍ୟୁଟାଣ୍ଟ କ୍ଷେତ୍ରରେ ଅଧିକ ଫଳପ୍ରଦ ହୋଇଛି । ବିଶେଷ ଭାବେ ଡବଲ୍ ମ୍ୟୁଟାଣ୍ଟକୁ ମୁକାବିଲା କରିବାରେ ଅଧିକ ସାମର୍ଥ୍ୟ ରଖିଥିବା ନ୍ୟାସନାଲ୍ ଭାଇରୋଲେଜି ଏବଂ ଆଇସିଏମଆର ପକ୍ଷରୁ ମିଳିତ ରିସର୍ଚ୍ଚରେ ଜଣାପଡ଼ିଥିବା ରିପୋର୍ଟ ପ୍ରକାଶ ହୋଇଛି ।

ସେପଟେ କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ । ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା କରିଛି ସେରମ ଇନଷ୍ଟିଚ୍ୟୁଟ । ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ଦର ୪ଶହ ଟଙ୍କା ରଖାଯାଇଛି  । ସେହିପରି ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି ବୋଲି ସୂଚନା ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ । ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ କମ୍ପାନୀରୁ ଉତ୍ପାଦନ ହେଉଥିବା ଟିକାରୁ ୫୦ ପ୍ରତିଶତ ଭାରତ ସରକାରଙ୍କ ପକ୍ଷରୁ କରାଯାଉଥିବା ଭ୍ୟାକସିନେସନ ପ୍ରୋଗ୍ରାମ ପାଇଁ ଯୋଗାଇ ଦିଆଯିବ । ମୋଟ ଉତ୍ପାଦନ ଟିକାର ଅବଶିଷ୍ଟ ୫୦ ପ୍ରତିଶତ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯିବ । ବର୍ତ୍ତମାନ ସ୍ଥିତିରେ ଅନ୍ୟ ଦେଶ ତୁଳନାରେ କୋଭିସିଲଡ୍ ଟିକା ଦର କମ ଥିବା କହିଛନ୍ତି । ଆମେରିକାରେ ୧୫ଶହ, ରୁଷ୍ ଓ ଚୀନରେ ୭୫୦ ଟଙ୍କା ରହିଛି । ମେ ୧ତାରିଖରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତି ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

ଅନ୍ୟପଟେ ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା ଦିନକରେ ୨ ହଜାରରୁ ଅଧିକ ପ୍ରାଣ ହରାଇଥିବା ବେଳେ ୨ ଲକ୍ଷ ୯୫ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୯୫ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୨୩ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି ।  କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ଆକ୍ଟିଭ କେସ୍ ୨୧ ଲକ୍ଷ ୫୭ ହଜାର ୫୩୮ ଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୧ କୋଟି ୩୨ ଲକ୍ଷ ୭୬ ହଜାର ୩୯ ଜଣ । ଏଯାବତ ଦେଶରେ ୧୩ କୋଟି ୧ ଲକ୍ଷ ୧୯ ହଜାର ୩୧୦ ଜଣଙ୍କୁ ଟିକାକରଣ କରାଗଲାଣି ।

You might also like