କରୋନାର ନୂଆ ଷ୍ଟ୍ରେନ୍‌ ପାଇଁ କୋଭାକ୍ସିନ୍‌ ଅଧିକ ପ୍ରଭାବଶାଳୀ?

ଅଧିକ ଫଳପ୍ରଦ କୋଭାକ୍ସିନ୍‌?

  • ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ପାଇଁ ପ୍ରଭାବୀ କୋଭାକ୍ସିନ୍ !
  • ପ୍ରାଥମିକ ଗବେଷଣାରୁ ଆଇସିଏମଆରକୁ ମିଳିଲା ତଥ୍ୟ
  • ଜାନୁଆରୀରେ ହୋଇଥିବା ଗବେଷଣାରୁ ସ୍ପଷ୍ଟ:ଆଇସିଏମଆର
  • ଗବେଷଣାର ସବିଶେଷ ତଥ୍ୟକୁ ଅପେକ୍ଷା: ଆଇସିଏମଆର

ନୂଆଦିଲ୍ଲୀ: ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା କୋଭିଡର ନୂଆ ଷ୍ଟ୍ରେନ୍ ପାଇଁ କୋଭାକ୍ସିନ ଟିକା ପ୍ରଭାବୀ ହୋଇପାରେ। ପ୍ରାଥମିକ ଗବେଷଣାରୁ ଏହା ଜଣାପଡ଼ିଥିବା ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଟ୍ଟର ବିଶେଷଜ୍ଞ କହିଛନ୍ତି। ଜାନୁଆରୀରେ ହୋଇଥିବା ଏକ ଗବେଷଣାରେ କୋଭାକ୍ସିନ୍ ବ୍ରିଟେନ୍ ଷ୍ଟ୍ରେନ୍ ଉପରେ ପ୍ରଭାବୀ ଥିବା ଜଣାପଡ଼ିଥିଲା। ତେବେ ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିବା ଭୂତାଣୁର ପ୍ରକାର ବିରୋଧରେ ଏହା କାର୍ଯ୍ୟ କରିପାରେ ବୋଲି ପ୍ରାଥମିକ ଗବେଷଣାରୁ ଅନୁମାନ କରାଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଗବେଷଣାର ସବିଶେଷ ତଥ୍ୟ ମିଳି ନାହିଁ ବୋଲି ଆଇସିଏମ୍ଆର୍‌ ଏପିଡେମିଓନୋଲୋଜି ଆଣ୍ଡ କମ୍ୟୁନିକେବଲ ଡିଜିଜ୍ ଡିଭିଜନର ମୁଖ୍ୟ ସମୀରନ ପଣ୍ଡା କହିଛନ୍ତି।

ସେପଟେ କୋଭିଡ୍ ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ କାନାଡ଼ାରେ ଲାଗିଲା ବୋର୍ଡ। ଦେଶର ଗ୍ରେଟର ଟରଣ୍ଟୋରେ ବିଲ୍ବୋର୍ଡ ଲଗାଇ ମୋଦିଙ୍କୁ ଧନ୍ୟବାଦ ଦିଆଯାଇଛି। ଏଥିସହ ଦୁଇ ଦେଶର ବନ୍ଧୁତ୍ୱ ଦୀର୍ଘସ୍ଥାୟୀ ହେଉ ବୋଲି ବୋର୍ଡରେ ଲେଖାଯାଇଛି। କାନାଡ଼ା ହିନ୍ଦୁ ଫୋରମ ପକ୍ଷରୁ ଏହି ବିଲ୍ ବୋର୍ଡ ଲଗାଯାଇ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। କୋଭିଡ୍ ମୁକାବିଲା ପାଇଁ ଭାରତ କାନାଡ଼ା ସହିତ ବିଭିନ୍ନ ଦେଶଗୁଡ଼ିକୁୁ ଲକ୍ଷ ଲକ୍ଷ କୋଭିଡ୍ ଟିକା ପଠାଇଛି। ଆସନ୍ତା ସପ୍ତାହରେ ୟୁରୋପର ୪୯ ଦେଶକୁ ଟିକା ଯୋଗାଇବାକୁ ମଧ୍ୟ ଭାରତ ସରକାର ଯୋଜନା କରୁଛନ୍ତି। ଖାଲି ସେତିକି ନୁହେଁ, ଜାତିସଂଘ ସହ ମିଶି ମଧ୍ୟ ପଛୁଆ ଦେଶଗୁଡ଼ିକୁ କୋଭିଡ୍ ଭ୍ୟାକ୍ସିନ୍ ଯୋଗାଇବା ଜାରି ରଖିଛି ଭାରତ।

ସେପଟେ ଆଜି ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୮୫୪ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ସମୟରେ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୨ କୋଟି ଟପିଯାଇଥିବା ନେଇ ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୮୫୪ ନୂଆ ସଂକ୍ରମଣ ଓ ୧୨୬ ମୃତ୍ୟୁ ରେକର୍ଡ କରାଯାଇଛି।

ସେପଟେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ସପ୍ତାହକ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମାର୍ଚ୍ଚ ୧୫ରୁ ୨୧ ଯାଏ ପୂରା ନାଗପୁରରେ ଲକ୍‌ଡାଉନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହି ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବୋଲି ଜଣାଯାଇଛି

You might also like