ଶରୀରରେ ଠୋସ୍ କରୋନା ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁଛି କୋଭାକ୍ସିନ୍

ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ନେଇ ଆସିଛି ଏଭଳି ଭଲ ଖବର

ନୂଆଦିଲ୍ଲୀ: ଶରୀରେ ଠୋସ୍ କରୋନା ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁଛି କୋଭାକ୍ସିନ୍। ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ନେଇ ଆସିଛି ଏଭଳି ଭଲ ଖବର। ICMR ଓ ଭାରତ ବାୟୋଟେକ୍ ପକ୍ଷରୁ ବିକଶିତ କୋଭାକ୍ସିନର ଏବେ ତୃତୀୟ  ପର୍ଯ୍ୟାୟ ପରୀକ୍ଷଣ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି। ତେବେ ଆଜି ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣର ଅନ୍ତରୀଣ ଫଳାଫଳ ରିପୋର୍ଟ ସାମ୍ନାକୁ ଆସିଛି।

ଏହା ସମସ୍ତ ପ୍ରକାର ଡୋଜ୍ ଗ୍ରୁପରେ ଶରୀରରେ କରୋନା ପ୍ରତିରୋଧୀ ଶକ୍ତି ବଢାଉଥିବା ଏଥିରେ ଦାବି କରାଯାଇଛି। ଏଥିସହ କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରୁନାହିଁ। ଏହି ସମ୍ଭାବ୍ୟ ଟିକା କିଛି ଦିନ ତଳେ ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନକୁ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ନିକଟରେ ଆବେଦନ କରାଯାଇଥିଲା।  ତେବେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

ସେପଟେ କରୋନା ଭୂତାଣୁର ଉତ୍ସ ଖୋଜିବାକୁ ଜାନୁଆରୀରେ ଚୀନ୍ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ଟିମ୍। ଏନେଇ ଡବ୍ଲୁଏଚ୍ଓ ପକ୍ଷରୁ ଘୋଷଣା ବି କରାଯାଇଛି। ଡବ୍ଲୁଏଚ୍ଓ ମୁଖପାତ୍ର ହେଡିନ୍ ହାଲ୍ଡର୍ସନ୍ ଏନେଇ ସୂଚନା ଦେଇଛନ୍ତି। ଏହି ଟିମରେ ଏପିଡୋମିଓଲୋଜିଷ୍ଟ୍ ଓ ଆନିମଲ୍ ହେଲ୍ଥ ସ୍ପେଶାଲିଷ୍ଟ ରହିବେ। ବିଶ୍ୱ ମହାମାରୀରେ ପରିଣତ ହୋଇଥିବା କରୋନା ସଂକ୍ରମଣ ଗତବର୍ଷ ଡିସେମ୍ବରରେ ପ୍ରଥମେ ଚୀନର ଉହାନ ସ୍ଥିତ ମାଂସ ମାର୍କେଟରୁ ବ୍ୟାପିବା ଆରମ୍ଭ ହୋଇଥିଲା।

You might also like