କାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ :  ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା । ଆସନ୍ତାକାଲି ଦିଆଯିବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟାଳିଦେଇଛନ୍ତି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ।

ଆସନ୍ତାକାଲି ଫାଶୀ ଦେବାକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହାକୁ ଘୁଞ୍ଚାଇ ଦେଇଛନ୍ତି ପଟିଆଲା ହାଉସ୍‌ କୋର୍ଟ । ତେବେ କେବେ ଫାଶୀ ଦିଆଯିବ ସେ ନେଇ ଦିନ ଧାଯ୍ୟ ହୋଇନାହିଁ । ଦୋଷୀଙ୍କ ଆଇନଗତ ଦିଗ ବାକି ଥିବାରୁ କୋର୍ଟ ଦିନଧାର୍ଯ୍ୟ କରିନାହାନ୍ତି ବୋଲି ସୂଚନା ମିଳିଛି ।

ଜଣଙ୍କ ପରେ ଜଣେ, ଗୋଟିଏ ପରେ ଗୋଟିଏ ଆବେଦନ କରି ଫାଶୀ ତାରିଖ ଘୁଞ୍ଚାଇବାରେ ସଫଳ ହୋଇଛନ୍ତି। ଆସନ୍ତାକାଲି ଫାଶି ଦେବାକୁ ଡେଥ୍ ଓ୍ୱାରେଣ୍ଟ ଜାରି ହୋଇଥିଲା। ୪ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ ଏକା ସାଙ୍ଗରେ କାର୍ଯ୍ୟକାରୀ ହେବାକୁ ଥିବାରୁ ଦୋଷୀ ଏହାର ଫାଇଦା ଉଠାଉଛନ୍ତି।

You might also like