ଡ୍ରଗ୍ସ ମାମଲା: ବଢ଼ିଲା ରିଆଙ୍କ ରିମାଣ୍ଡ ଅବଧି

ମୁମ୍ୱାଇ: ସୁଶାନ୍ତ ସିଂ ରାଜୁପୁତ୍ ମୃତ୍ୟୁ  ମାମଲାରେ ଛନ୍ଦି ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏବେ ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଆଜି ମୁମ୍ୱାଇର ଏନଡିପିଏସ (ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ) କୋର୍ଟ ତାଙ୍କ ଆଇନ ଗତ ରିମାଣ୍ଡ ଅବଧି ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି। ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିବାରୁ ସେପ୍ଟେମ୍ବର ୯ ତାରିଖରେ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ ରିୟାଙ୍କୁ ଗିରଫକରି ରିମାଣ୍ଡକୁ ନେଇଥିଲା। ରିଆଙ୍କ ସହ ତାଙ୍କ ଭାଇ ସୋଭିକ୍ ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କର ରିମାଣ୍ଡ ମଧ୍ୟ କୋର୍ଟ ବୃଦ୍ଧି କରିଛନ୍ତି।

ଗିରଫ ହେବା ପରେ ରିୟା ବମ୍ୱେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ କୋର୍ଟ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଗାମୀ ନିର୍ଦ୍ଦେଶ ଆସନ୍ତା କାଲି ଆସିପାରେ ବୋଲି ଅନୁମାନ କରାଯାଉଛି।

ରିଆ ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଘରୋଇ ମ୍ୟାନେଜର, ସାମୁଏଲ ମିରାଣ୍ଡା ଏବଂ ଅନ୍ୟମାନଙ୍କୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଜୁଡିସିଆଲ କଷ୍ଟୁଡିରେ ରଖାଯାଇଥିଲା। ତେବେ ରିଆ ଏବେ ମୁମ୍ୱାଇର ବାଇକୁଲା ଜେଲରେ ଅଛନ୍ତି।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like