‘ବିନା ଅନୁମତିରେ ପତ୍ନୀଙ୍କ ଫୋନ କଲ୍ ରେକର୍ଡିଂ କରିବା ଅପରାଧ’

ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ସୋମବାର ଏକ ଘରୋଇ ମାମଲାର ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି, ସ୍ୱାମୀ  ସ୍ତ୍ରୀର  ଫୋନ୍‌ କଲ ବିନା ଅନୁମତିରେ ରେକର୍ଡି କରିପାରିବ ନାହିଁ। ହାଇକୋର୍ଟରେ ପାରବାରିକ ବିବାଦର ଶୁଣାଣି ବେଳେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ଫୋନ ରେକର୍ଡିଂ ଶୁଣାଇଥିଲେ। ଏହି କ୍ରମରେ କୋର୍ଟ କହିଛନ୍ତି, ଫୋନ୍ କଲ୍ ରେକର୍ଡ ବାବଦରେ ତାଙ୍କ ସ୍ତ୍ରୀ ଅବଗତ ନଥିଲେ। ଏଥିସହ ବିନା ଅନୁମତିରେ କାହାର କଲ୍ ରେକର୍ଡ କରିବା ଅପରାଧ ବୋଲି କୋର୍ଟ ରାୟ ଦେଇଥିଲେ।

ଏପରି ଫୋନ ରେକର୍ଡିଂ କରିବା ଦ୍ୱାରା  ଅନ୍ୟର ବ୍ୟକ୍ତିଗତ ଗୋପନୀୟତା ନଷ୍ଟ ହେଉଛି ବୋଲି ବିଚାରପତି ଜଷ୍ଟିସ୍ ଅରୁଣ ମୋଁଗା କହିଥିଲେ । ବିନା ଅନୁମତିରେ ସେହି ସମୟର ସ୍ଥିତିକୁ ରେକର୍ଡିଂ କରିବା ଜଣଙ୍କ ଗୋପନୀୟତାର ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ବିଚାରପତି କହିଛନ୍ତି।

ସୂଚନାଯୋଗ୍ୟ, ୪ ବର୍ଷର ଝିଅକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ୪ ବର୍ଷର ଝିଅକୁ ସ୍ୱାମୀ ଜଣଙ୍କ ତାଙ୍କ ପାଖରେ ରଖିଛନ୍ତି। ମହିଳା ଜଣଙ୍କ ଅନ୍ୟତ୍ର ରହୁଛନ୍ତି। ଝିଅକୁ ଏତେ ଛୋଟ ବୟସରେ ଛାଡ଼ି ରହିବା ଠିକ୍ ହେବନି ବୋଲି ମହିଳା ଜଣଙ୍କ କୋର୍ଟରେ କହିଛନ୍ତି। ହେଲେ ତାଙ୍କ ସ୍ୱାମୀ ସ୍ତ୍ରୀର ଭୁଲ୍ ଦର୍ଶାଇ ଝିଅକୁ ତାଙ୍କ ପାଖରେ ରଖିଥିବା ସେ କହିଛନ୍ତି। ଏହି ସମୟରେ ସ୍ତ୍ରୀ ଭୁଲ୍ ଦର୍ଶାଇବାକୁ ଯାଇ ସ୍ୱାମୀ ଜଣଙ୍କ ଫୋନ୍ କଲ୍ ରେକର୍ଡର ପ୍ରମାଣ ଦେଇଥିଲେ।

ସେତିକି ନୁହେଁ, ଛୋଟ ଝିଅକୁ ମା’ ଦାୟିତ୍ୱରେ ଛାଡ଼ିବା ପାଇଁ ଜଷ୍ଟିସ ମୋଙ୍ଗା ମଙ୍ଗଳବାର ସ୍ୱାମୀଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି।

 

You might also like