ମାସ୍କ ପିନ୍ଧିନଥିଲେ, କାର୍‌ ଅଟକାଇବାରୁ ମହିଳା କହିଲେ-‘ମୁଁ ମୋ ସ୍ୱାମୀଙ୍କୁ କିସ୍‌ ବି କରିବି…’

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା। ଉଭୟ ରାଜ୍ୟରେ ଲମ୍ବା ଡିଆଁ ମାରିଛି ସଂକ୍ରମଣ। ଦିଲ୍ଲୀରେ କରୋନା କେସ୍‌ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି। ରବିବାର ସେଣ୍ଟ୍ରାଲ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମାସ୍କ ପିନ୍ଧି ନଥିବାରୁ କାର୍‌ରେ ଯାଉଥିବା ଦମ୍ପତିଙ୍କୁ ପୋଲିସ୍‌ ଅଟକାଇଥିଲା। ତେବେ ଦମ୍ପତି ସେମାନଙ୍କର ଭୁଲ୍‌ ସ୍ୱୀକାର କରିବା ପରିବର୍ତ୍ତେ ପୋଲିସ୍‌ ସହ ଯୁକ୍ତିତର୍କ କରିଥିଲେ। ଏପରିକି ସେମାନେ ପୋଲିସ୍‌ ସହ ଦୁର୍ବ୍ୟବହାର ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଫଳରେ ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। 

ରବିବାର ସନ୍ଧ୍ୟାରେ, କାର୍‌ରେ ଯାଉଥିବା ଏହି ଦମ୍ପତିଙ୍କୁ ପୋଲିସ୍‌ ଅଟକାଇ ଥିଲା। ଉଭୟ ମାସ୍କ ପିନ୍ଧି ନଥିବାରୁ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। ହେଲେ ସେମାନେ ସେମାନଙ୍କର ଭୁଲ୍‌ ସ୍ୱୀକାର କରିବା ପରିବର୍ତ୍ତେ ପୋଲିସ୍‌ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ। ପୋଲିସ୍‌ ଯେତେବେଳେ ଫାଇନ୍‌ କାଟିବା କଥା କହିଥିଲା, ଉଭୟ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ମହିଳା ଜଣକ ଚିତ୍କାର କରି ପୋଲିସ୍ କର୍ମୀଙ୍କ‌ ସହ ଯୁକ୍ତିତର୍କ କରୁଛନ୍ତି। ଏପରିକି ସେ ପୋଲିସ୍‌ କର୍ମୀଙ୍କ ପ୍ରତି ଅପଶବ୍ଦ ମଧ୍ୟ ବ୍ୟବହାର କରିଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟରେ ମହିଳା ଜଣକ ପୋଲିସ୍‌ କର୍ମୀଙ୍କୁ କହିଥିଲେ, ‘ମୋ ବାପା ମଧ୍ୟ ଜଣେ ଏସ୍‌ଆଇ। ତେଣୁ କାହିଁକି ଆମ ଗାଡ଼ି ଅଟକାଇଲ ? ଚାଲି ଆସିଲେ ମାସ୍କ ନାଁରେ ଚାଲାଣ କାଟିବା ପାଇଁ’। ଦମ୍ପତିଙ୍କ ପାଖରେ ନା କର୍ଫ୍ୟୁ ପାସ୍ ଥିଲା ନା ସେମାନେ ମାସ୍କ ପିନ୍ଧିଥିଲେ ବୋଲି ପୋଲିସ୍ କହିଛି। ଯୁକ୍ତିତର୍କ ସମୟରେ ମହିଳା ଜଣକ ଆହୁରି ମଧ୍ୟ କହିଥିଲେ, ‘ସେ ମୋ ସ୍ୱାମୀ, ମୁଁ ଚାହିଁଲେ ତାଙ୍କୁ କିସ୍‌ବି‌ କରିପାରିବି। କ’ଣ ତୁମେ ମୋତେ ଅଟକାଇ ପାରିବ ?’

ପୋଲିସ୍‌ ଉଭୟଙ୍କୁ ଦରିୟାଗଞ୍ଜ ଥାନା ନେଇଥିଲା ଓ ସେଠାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ୱିକ୍‌ଏଣ୍ଡ୍‌ ଲକ୍‌ଡାଉନ୍‌ ନିୟମ ଭାଙ୍ଗିବା ଓ କୋଭିଡ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଦିଲ୍ଲୀ ପୋଲିସ୍‌ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମଗ୍ର ଦେଶରେ କରୋନା ପଜିଟିଭ ମାମଲା ଦ୍ରୁତଗତିରେ ବଢ଼ୁଥିବା ହେତୁ ଏଥିପାଇଁ ପୁରା ଦେଶବାସୀ ଚିନ୍ତାରେ ପଡ଼ିଯାଇଛନ୍ତି। ଭ୍ୟାକ୍ସିନ ନେବା ପରେ ମଧ୍ୟ ସଂକ୍ରମଣ ମାମଲା ଥମିବାର ନାଁ ଧରୁନି। ହେଲେ ଏଭଳି ପରିସ୍ଥିତିରେ କିଛି ଲୋକ କୋଭିଡ୍‌ ନିୟମ ମାନୁନଥିବା ନଜର ଆସିଛି। କିଛି ଲୋକ ବିନା ମାସ୍କରେ ବାହାରେ ବୁଲୁଥିବା ବେଳେ ଆଉ କିଛି ଲୋକ କୋଭିଡ୍‌ ନିୟମର ଖୁଲମ୍‌ଖୁଲା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି।

You might also like