ରେଷ୍ଟୁରାଣ୍ଟରେ ୱେଟରକୁ ମିଳିଲା ଲକ୍ଷାଧିକ ଟଙ୍କାର ଟିପ୍‌ସ୍‌ !

ନୂଆଦିଲ୍ଲୀ: ହୋଟେଲକୁ ଖାଇବାକୁ ଯାଇ ୱେଟରକୁ ଲୋଭନୀୟ ଟିପ୍‌ସ୍‌ ଦେବା ପରି ଖବର ଅନେକ ସମୟରେ ସୋଶାଲ ମିଡିଆରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ଅନେକ ଲୋକ ଚର୍ଚ୍ଚାକୁ ଆସିଥିବା ବି ଆମେ ଦେଖିବାକୁ  ପାଇଥାଉ। କିଛି ଦିନ ତଳେ ଜଣେ ବ୍ୟକ୍ତି ୱେଟରକୁ  ଲକ୍ଷାଧିକ ଟଙ୍କାର ଟିପ୍‌ସ୍‌ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ବ୍ୟକ୍ତିଜଣକ ଅନେକ ବର୍ଷରୁ ଏହି ରେଷ୍ଟୁରାଣ୍ଟକୁ ଖାଇବାକୁ ଆସୁଛନ୍ତି। ଆଉ ଏହି ୱେଟର ଜଣକ ନିୟମିତ ତାଙ୍କ ସେବା ପାଇଁ ହାଜର ହୋଇଯାଏ। ଏହା ଏକ ସଂଯୋଗ ହେଉ ବା ଉଦ୍ଦେଶ୍ୟମୂଳକ ହେଉ, ସବୁଥର ଏମିତି ହିଁ ଘଟେ। ଏଥର ମଧ୍ୟ ସେମିତି କିଛି ଘଟିଲା। ଚିକାଗୋର କ୍ଲବ ଲକି ରେଷ୍ଟୁରାଣ୍ଟରେ ଏହି ଦମ୍ପତି ୱେଟରକୁ ୨ ହଜାର ଡଲାରର ଟିପ୍‌ସ୍‌ ଦେଇଛନ୍ତି। ଏହି ସୂଚନା ରେଷ୍ଟୁରାଣ୍ଟର ଫେସବୁକ୍‌ରେ ଦିଆଯାଇଛି।

ନିଜ ଫେସବୁକ୍‌ ପେଜ୍‌ରେ ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି, ଏହି ଦମ୍ପତି ୨୦ ବର୍ଷ ହେବ ଏଠାକୁ ଆସୁଛନ୍ତି। ପ୍ରତିବର୍ଷ ସେ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଆସିଥାନ୍ତି। ଏଠାକୁ ଆସିବାର ୨୦ ବର୍ଷ ପୂରଣ ହେବା ପରେ ସେମାନେ ସେଲିବ୍ରେଟ କରିଥିଲେ । ପ୍ରତିଥର ତାଙ୍କୁ ସେହି ଜଣିଏ ୱେଟର ସର୍ଭ କରୁଥିଲେ। ଏଥର ସେ ଉକ୍ତ ୱେଟରଙ୍କୁ  ୨ ହଜାର ଡଲାରର ଟିପ୍‌ସ ରଖି ଯାଇଥିଲେ।

ବିଲ୍‌ର ଫଟୋ ମଧ୍ୟ ରେଷ୍ଟୁରାଣ୍ଟ ପକ୍ଷରୁ ଶେୟାର କରାଯାଇଥିଲା। ଏହାର କ୍ୟାପ୍ସନରେ ଲେଖା ଯାଇଥିଲା, ‘ ଗେଷ୍ଟ ପ୍ରଥମ ଡେଟ ଆମର ରେଷ୍ଟୁରାଣ୍ଟରେ କରିଥିଲେ। ୨୦ ବର୍ଷ ଧରି ସେ ନିୟମିତ ଫେବ୍ରୁଆରୀ ୧୨ ତାରିଖ କ୍ଲବ ଲକି ଆସନ୍ତି।  ପ୍ରତିବର୍ଷ ଏହି ଦିନ ୭.୩୦ରେ ବୁଥ୍‌ ନଂ-୪୬କୁ ଆସନ୍ତି। ଆମେ ପ୍ରତିବର୍ଷ ତାଙ୍କ ପାଇଁ ସେହି ସିଟ୍‌କୁ ବୁକ୍‌ କରି ରଖିଥାଉ। ସେମାନଙ୍କ ଜୀବନରେ ଏହି ତାରିଖଟି ବେଶ ମୂଲ୍ୟବାନ ଯାହାକୁ ଆମେ ମଧ୍ୟ ସେଲିବ୍ରେଟ କରୁ। ଏପରି କଠିନ ସମୟରେ ମଧ୍ୟ ସେମାନଙ୍କର ଏପରି କାମ ଆମକୁ ଉତ୍ସାହିତ କରିଛି। ଆମେ ତାଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଛୁ।

ଏହି ପୋଷ୍ଟକୁ ସୋଶାଲ ମିଡିଆରେ ଖୁବ୍‌ ପସନ୍ଦ କରଛନ୍ତି ଲୋକେ। ଜଣେ ୟୁଜର୍ସ ଲେଖିଛନ୍ତି, ‘ଆପଣ ଯାହା କରିଛନ୍ତି, ପ୍ରକୃତରେ ଏଥିପାଇଁ ଆପଣ ପ୍ରଶଂସାର ପାତ୍ର।’  ଅନ୍ୟ ଜଣେ କହିଛନ୍ତି, ‘ଏମିତି କରି ଅନ୍ୟମାନଙ୍କୁ ଆପଣ ପ୍ରେରଣା ଦେଇଛନ୍ତି।’ ଆଉ ଜଣେ  ୟୁଜର୍ସ ଲେଖିଛନ୍ତି, ‘ଆପଣଙ୍କୁ ହାପି ଆନିଭର୍ସାରୀ। ଆପଣ ୱେଟରକୁ ଯେଉଁ ସୁନ୍ଦର ତୋଫା ଦେଇଛନ୍ତି ସେଥପାଇଁ ଧନ୍ୟବାଦ।’

ତେବେ ରେଷ୍ଟୁରାଣ୍ଟର ମାଲିକ ଜିମ୍‌ ହିଙ୍ଗିସ୍‌ କହିଛନ୍ତି, ଟିପ୍‌ସକୁ କ୍ଲବର ଷ୍ଟାଫଙ୍କ ମଧ୍ୟରେ ଆମେ ବାଣ୍ଟି ଦେଇଛୁ।

You might also like