ହେ ଭଗବାନ୍‌ ! ଚଳନ୍ତା କାର୍‌ରେ ସ୍ୱାମୀ-ସ୍ତ୍ରୀ ଏ କ’ଣ କରୁଥିଲେ !

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ ସମ୍ଭୋଗ, ଏକଥା ସମସ୍ତେ ସ୍ୱୀକାର କରିବେ। କିନ୍ତୁ ଏଥିରେ ସଂଯମତା ରହିବା ନିହାତି ଆବଶ୍ୟକ। ତା’ ନହେଲେ କିଛି ବି ଅଘଟଣ ଘଟିପାରେ। ଯେମିତି ଘଟିଲା ସ୍ପେନର ଏଇ ଦମ୍ପତିଙ୍କ କ୍ଷେତ୍ରରେ।

ରାସ୍ତା ଉପରେ ଗାଡ଼ି ଚଲାଇବା ସମୟରେ ଦୁଇଟି ଆଖି ନୁହେଁ ବରଂ ଚାରିଟି ଆଖିର ଆବଶ୍ୟକତା ରହିଥାଏ। ଏହି ସମୟରେ ଆମର ସାମାନ୍ୟ ଅସାବଧାନତା ଜୀବନ ବି ନେଇପାରେ। ହେଲେ ଏହି ଦମ୍ପତି ଗାଡ଼ି ଚଲାଇବାବେଳେ ଏ କ’ଣ କରୁଥିଲେ !

ହଁ, ହାଇୱେରେ ତା’ବି ପୁଣି ଚଳନ୍ତା କାର୍‌ରେ ସମ୍ଭୋଗ ! ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା। ଘଟଣାଟି ଘଟିଛି ସ୍ପେନ୍‌ର ଏକ ସହରରେ।

ଏକ ଦମ୍ପତି ହାଇୱେରେ ଚଳନ୍ତା କାର୍‌ରେ ଦୈହିକ ସର୍ମ୍ପକରେ ଲିପ୍ତ ଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓଟି ପୁଲିସ୍‌ ହାତରେ ଲାଗିବା ପରେ ଏହାର ଯାଞ୍ଚ ଆରମ୍ଭ କରିଥିଲା ପୁଲିସ୍‌। କାର୍‌ ନମ୍ବର ଓ କିଛି ଲୋକଙ୍କ ସାହାଯ୍ୟରେ ସମ୍ପୃକ୍ତ ଦମ୍ପତିଙ୍କ ଘରେ ଯାଇ ପହଞ୍ଚିଥିଲା ପୁଲିସ୍।

ପଚରାଉଚରା ବେଳେ ପୁଲିସ୍ ଆଗରେ ଦମ୍ପତି ଭୁଲ୍ ସ୍ୱୀକାର କରିଥିଲେ। ଏହାପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ମଧ୍ୟ ସେମାନେ ସେମାନଙ୍କର ଦୋଷ(ଦ୍ରୁତ ଗତିରେ ଗାଡ଼ି ଚଲାଇବା ନେଇ) ସ୍ୱୀକାର କରିଥିଲେ। ଏନେଇ କୋର୍ଟ ସେମାନଙ୍କୁ ୬ ମାସର ଦଣ୍ଡ ଶୁଣାଇଥିଲେ।

ସୂଚନାଥାଉ କି, ପରେ ଉକ୍ତ ଦମ୍ପତିକୁ ଜାମିନ୍‌ ମିଳି ଯାଇଥିଲା। ହେଲେ ସେମାନଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଗାଡ଼ି ଚଲାଇବା ଉପରେ କୋର୍ଟ ବ୍ୟାନ୍ ଲଗାଇ ଦେଇଥିଲେ।

You might also like