• translate
Satyendu Shekher Mishra

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଏବଂ ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାକୁ ନେଇ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଏହି ବିବାଦ ଜଳ ଜଳ କରି ଦିଶୁଛି । ତେବେ ଏହି ବିବାଦ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସ୍ପଷ୍ଟିକରଣ ରଖିଛନ୍ତି ।

ସେ କହିଛନ୍ତି ଯେ, ସରକାର ସମ୍ପୂର୍ଣ୍ଣ ନିରପେକ୍ଷ । ଯଦି ପ୍ରଧାନମନ୍ତ୍ରୀ ଏବଂ ଦେଶର ରାଷ୍ଟ୍ରପତିଙ୍କ ସମେତ ଅଧା ସରକାର ଟୁଇଟରରେ ଅଛନ୍ତି, ତେବେ ଏହା ସ୍ପଷ୍ଟ ଯେ ଆମେ ନିରପେକ୍ଷ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି- ଆମେ କୌଣସି ପ୍ଲାଟଫର୍ମକୁ ନିଷେଧ କରିବା ସପକ୍ଷରେ ନାହୁଁ, କିନ୍ତୁ ସମସ୍ତଙ୍କୁ ଆଇନ ପାଳନ କରିବାକୁ ପଡିବ ।

ସେହିପରି ଭାରତ ତାର ଡିଜିଟାଲ ସାର୍ବଭୌମତ୍ୱ ରକ୍ଷା କରିବାକୁ ବଦ୍ଧ ପରିକର ବୋଲି ସେ କହିଛନ୍ତି । କେହି ଭାରତୀୟ ଆମେରିକାରେ ରହିଲେ ସେଠାକାର ଆଇନ ମାନିବ କି ନାହିଁ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ଯଦି ଜଣେ ଭାରତୀୟ ଆମେରିକାରେ ରହିଲେ ସେଠାକର ଆଇନ ମାନିବାକୁ ବାଧ୍ୟ, ଠିକ୍‌ ସେହିଭଳି ଟୁଇଟର ଭାରତୀୟ ଆଇନ, ସମ୍ବିଧାନ ମାନିବା ଉଚିତ ବୋଲି ସେ କହିଛନ୍ତି ।

Other Stories