୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା ଭାଇରସ। ଗତ ୨୪ ଘଣ୍ଟାରେ ଦେଶର ରେକର୍ଡ ସଂଖ୍ୟକ ୬ ହଜାର ୭୬୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏଥିସହିତ ଦେଶରେ ଏବେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୧୪୭ ଜଣଙ୍କ ଜୀବନ ନେଇଛି ଏହି ପ୍ରାଣଘାତୀ ମହାମାରୀ। ଫଳରେ ବର୍ତ୍ତମାନ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭ ଛୁଇଁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୪ ହଜାର ୪୪୧ ଜଣ।
ସେହିଭଳି ବିଭିନ୍ନ ମେଡିକାଲରେ ୭୩ ହଜାର ୫୬୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୭,୧୯୦ ଜଣ ଆକ୍ରାନ୍ତ ହେବା ସହ ୧ ହଜାର ୫୭୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।