କରୋନା ଭାଇରସ୍‌: ବିଶ୍ୱର ୫ ଲକ୍ଷ ୩୮ ହଜାର ୬୯୩ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭାଇରସର ଅସଲି ରୂପ ମାର୍ଚ୍ଚରେ ହିଁ ଦେଖିବାକୁ ମିଳିଛି । ୫ ଲକ୍ଷ ଲୋକଙ୍କୁ କବଜା କରିନେଇଛି ଏହି ଭାଇରସ। ପ୍ରଥମେ ଚୀନର ଉହାନ ସହରରେ ନିଜର କରାଳ ରୂପ ଦେଖାଇଥିବା ଏହି ଭାଇରସ ଏବେ ସାରା ବିଶ୍ୱ ଭ୍ରମଣ କରି ଆସିଲାଣି । ଏବେ ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୮ ହଜାର ୬୯୩ ରେ ପହଞ୍ଚିଛି । ୨୪ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି ।
କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଅନେକ ଦେଶ ଲକଡାଉନ ଘୋଷଣା କରି ସାରିଲାଣି । ଆମେରିକା, ଚୀନ, ଇଟାଲି, ସ୍ପେନ, ଜର୍ମାନୀ, ଇରାନ, ଫ୍ରାନ୍ସ, ବ୍ରିଟେନ ଏବଂ ସାଉଥ କୋରିଆ ସବୁଠାରୁ ବେଶି ପ୍ରଭାବିତ ଦେଶଙ୍କ ମଧ୍ୟରେ ଅଛନ୍ତି । ଆକ୍ରାନ୍ତ ୫,୩୮,୬୯୩ ଙ୍କ ମଧ୍ୟରୁ ୪ ଲକ୍ଷ ଲୋକ ଏହି ୧୦ ଦେଶର ବୋଲି ଏକ ସର୍ଭେରୁ ଜଣାଯାଇଛି । ସେହିପରି ମୃତ ୨୪ ହଜାରଙ୍କ ମଧ୍ୟରୁ ୨୦ ହଜାର ଲୋକ ଏହି ଦେଶର ବୋଲି ଜଣାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ସବୁଠାରୁ ଧନଶାଳୀ, ଶକ୍ତିଶାଳୀ ଦେଶ ବୋଲି ଆମେ ଆମେରିକାକୁ ଭାବୁଥିବାବେଳେ ଏହା ସବୁଠାରୁ ବେଶି ପ୍ରଭାବିତ ଦେଶ ବୋଲି କୁହାଯାଉଛି । ଏପରିକି ଏହା ଚୀନ ଇଟାଲିକୁ ଟପି ଯାଇଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୮୫ ହଜାର ଟପି ଗଲାଣି । ସେହିପରି ମୃତକଙ୍କ ସଂଖ୍ୟା ୧୨୦୦ ଟପିଲାଣି ।
WHO ପକ୍ଷରୁ କୁହାଯାଇଛି, କରୋନାକୁ ନିୟନ୍ତ୍ରଣ କରିବାରେ ବିଳମ୍ବ ହୋଇଗଲା । ଯାହା ଫଳରେ ଏତେ ସଂଖ୍ୟକ ଲୋକ ପ୍ରଭାବିତ ହେଲେ । ଦୁଇ ମାସ ପୂର୍ବରୁ ଏପରି ପଦକ୍ଷେପ ନେଇଥିଲେ କରୋନା ଭୟବହତାକୁ ରୋକାଯାଇ ପାରିଥାନ୍ତା । ଏ କ୍ଷେତ୍ରରେ ଭାରତର ଉଦ୍ୟମକୁ ପ୍ରଶଂସା କରିଛନ୍ତି ହୁ କର୍ତ୍ତୃପକ୍ଷ । କରୋନା କବଜାକୁ ଯିବା ପୂର୍ବରୁ ଭାରତରେ ସରକାର ଲକଡାଉନ ଘୋଷଣା କରିଛନ୍ତି । ଯଦିଓ ଲକଡାଉନକୁ ନେଇ ଶହ ଶହ ଶ୍ରମିକ, ଘରୋଇ କମ୍ପାନୀର କର୍ମଚାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତଥାପି ଏହାଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କୁହାଯାଉଛି ।

ସେହିପରି ପାକିସ୍ତାନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨୦୯ରେ ପହଞ୍ଚିଥିବାବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି ।
କରୋନାରେ ସବୁଠାରୁ ବେଶି ପ୍ରଭାବିତ ୧୦ ଦେଶ ମଧ୍ୟରେ ପ୍ରଥମରେ ରହିଛି ଆମେରିକା ।

You might also like