ବିଶ୍ୱରେ କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଲା

ନୂଆଦିଲ୍ଲୀ: ମହାମାରୀ କରୋନା କବଳରେ ସାରା ବିଶ୍ୱରେ ମୃତ୍ୟୁର ଭାଇରସ ସାଜି ହଜାର ହଜାର ମୁଣ୍ଡ ନେଉଛି କରୋନା। ବର୍ତ୍ତମାନ ସୁଧା ବିଶ୍ୱର ୨୧୦ ଦେଶରେ ତାଣ୍ଡବ ରଚୁଛି ଏହି କୋଭିଡ୍ ୧୯। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଛି।

କରୋନାରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଆମେରିକା। ବର୍ତ୍ତମାନ ସୁଦ୍ଧା ଆମେରିକାରେ ୫ଲକ୍ଷ ୩୨ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୭୬ ଜଣଙ୍କ ମୃତ୍ୟୁ ହୋଇଛି।

ଆକ୍ରାନ୍ତ ତାଲିକାର ଦ୍ୱିତୀୟରେ ସ୍ପେନ ରହିଥିବା ବେଳେ ତୃତୀୟରେ ଇଟାଲୀ ରହିଛି। ସ୍ପେନରେ ଏକ ଲକ୍ଷ ୬୧ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୧୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ଇଟାଲୀରେ ଏକଲକ୍ଷ ୫୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସ ଓ ଜର୍ମାନୀରେ ବି ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

 

You might also like