ଧରାବୀରେ କୋଭିଡ୍‌-୧୯ର ସଫଳ ନିୟନ୍ତ୍ରଣକୁ WHOର ପ୍ରଶଂସା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂକ୍ୟା ହୁହୁ ହୋଇ ବଢ଼ି ଚାଲିଛି। ପ୍ରତିଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି।

ତେବେ ମୁମ୍ବାଇରେ ଥିବା ଏସିଆର ସବୁଠାରୁ ବଡ଼ ବସ୍ତି ଧରାବୀରେ କୋଭିଡ୍‌-୧୯ର ସଫଳ ନିୟନ୍ତ୍ରଣକୁ ନେଇ ଭାରତକୁ ଭୁରି ଭୁରି ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)।

ଜନଗହଳିପୂର୍ଣ୍ଣ ବସ୍ତି ଧରାବୀରେ କୋବିଡ୍‌ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି WHOର ମୁଖ୍ୟ ଟେଡ୍ରୋସ ଏନ୍ଧନୋମ ଘେବ୍ରିୟେସୁସ୍‌। ସେ କହିଛନ୍ତି ଧରିବୀ ହେଉଛି ଏସିଆର ସବୁଠାରୁ ବଡ଼ ଓ ଜନଗହଳିପୂର୍ଣ୍ଣ ବସ୍ତି। ଏଠାରେ କରୋନା ସଂକ୍ରମଣକୁ ସଫଳ ଭାବେ ରୋକା ଯାଇ ପାରିଛି। କଡ଼ା କଣ୍ଟେନ୍‌ମେଣ୍ଟ ପରେ ମଙ୍ଗଳବାର ଧରାବୀରେ ମାତ୍ର ଗୋଟିଏ କରୋନା ଆକ୍ରାନ୍ତ ଚିହ୍ନଟହୋଇଛନ୍ତି। ଯଦିଓ ବସ୍ତିର ମୋଟ ଆକ୍ରାନ୍ତ ସଂଖ୍ୟା ୨୩୦୦ ରହିଛି।

କରୋନା ସଂକ୍ରମଣ ରୋକିବାର ଅନ୍ୟ ଦେଶର କିଛି ସ୍ଥାନକୁ ପ୍ରଶଂସା କଲାବେଳେ ଟେଡ୍ରୋସ କହିଛନ୍ତି, ବର୍ତ୍ତମାନ ଦେଶରେ ୧୨ ମିଲିୟନରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଲେଣି। ଗତ ୬ ସପ୍ତାହ ହେଲାଣି ଦୁଇ ଗୁଣରୁ ଅଧିକ ମାମଲା ପ୍ରତିଦିନ ରେକର୍ଡ ହେଉଛି। କିନ୍ତୁ ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି ଯେଉଁଠାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିଲେ ହେଁ ଉଚିତ ପଦକ୍ଷେପ ଯୋଗୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଛି।

ଉଦାହରଣ ଭାବେ ଆମେ ଇଟାଲୀ, ସ୍ପେନ ଓ ଦକ୍ଷିଣ କୋରିଆକୁ ନେଇପାରିବା। ସେହିପରି ମୁମ୍ବାଇର ଧରାବୀରେ କରୋନାକୁ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ବେଶ ପ୍ରଶଂସାଯୋଗ୍ୟ। ଏହା ଏକ ଜନବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ କରୋନା ହୁହୁ ହୋଇ ମାଡ଼ୁଥିଲା। କିନ୍ତୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି।

ଟେଷ୍ଟି, ଟ୍ରେସିଂ, ଆଇସୋଲେସନ ଓ ଟ୍ରିଟମେଣ୍ଟ ଯୋଗୁ ସଂକ୍ରମଣର ଚେନ୍‌କୁ ରୋକା ଯାଇପାରିଛି। ଏହି ସବୁ କଥା ଠିକ୍‌ ଭାବେ ପାଳନ କଲେ ଆମେ ନିଶ୍ଚିତ କରୋନାକୁ ମୁକାବିଲା କରିପାରିବା।”

 

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

You might also like