ଖୁସି ଖବର: କରୋନା ଭ୍ୟାକ୍ସିନର ପ୍ରାଥମିକ ପରୀକ୍ଷା ସଫଳ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ବିଶ୍ୱବ୍ୟାପୀ ଉଦ୍ୟମ ଚାଲିଥିବାବେଳେ ଭ୍ୟାକସିନ୍ ଟ୍ରାଏଲ ନେଇ ଆସିଛି ଖୁସି ଖବର । କରୋନା ଭ୍ୟାକସିନ ବା ଟୀକା ପାଇଁ ଆମେରିକାସ୍ଥିତ ବାୟୋଟେକ କମ୍ପାନୀ ମଡେର୍ଣ୍ଣାର ପ୍ରାଥମିକ ଟ୍ରାଏଲ ସଫଳ ହୋଇଥିବା ସୂଚନା ମିଳିଛି । ଯେଉଁମାନଙ୍କ ଉପରେ ଏହି ଭ୍ୟାକ୍‌ସିନର ପ୍ରୟୋଗ କରାଯାଇଥିଲା, ସମସ୍ତଙ୍କ ଭାଇରସ ସହ ଲଢିବାର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଦେଖାଦେଇଛି ।

ଟ୍ରାଏଲ କରାଯାଇଥିବା ସମସ୍ତ ୪୫ ଜଣ ଆଣ୍ଟିବଡି ପ୍ରସ୍ତୁତ କରୁଥିବା ପରୀକ୍ଷାରୁ ଜଣାପଡିଛି। ପରୀକ୍ଷଣ କରାଯାଇଥିବା ସମସ୍ତଙ୍କ ଶରୀରରେ ଭିନ୍ନ ଭିନ୍ନ ପରିମାଣର ଡୋଜ୍ ଦିଆଯାଇଥିଲା । ପ୍ରଥମ ଡୋଜ୍ ପରେ ୨୮ ଦିନ ଅନ୍ତରରେ ପୁଣି ୨ଟି ଡୋଜ୍ ଦିଆଯାଇଥିଲା । ତେବେ ଟୀକାର ପାର୍ଶ୍ୱ ପ୍ରତିକିୟା ପରୀକ୍ଷା କରିବା ପାଇଁ ଆହୁରି ୨ଟି ପର୍ଯ୍ୟାୟ ପରୀକ୍ଷଣ ଆବଶ୍ୟକ।

ପରବର୍ତ୍ତୀ ପର୍ଯ୍ୟାୟରେ ୬୦୦ ଜଣଙ୍କୁ ନେଇ ଟ୍ରାଏଲ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ଏଥି ସହ ଜୁଲାଇରୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେବ ବୋଲି ମଧ୍ୟ କମ୍ପାନୀ ସୂଚନା ଦେଇଛି । ଯଦି ବ୍ୟବହାର ଉପଯୋଗୀ ଓ ନିରାପଦ ପ୍ରମାଣିତ ହୁଏ, ଆସନ୍ତା ବର୍ଷ ପ୍ରାରମ୍ଭରୁ ଏହି ଭ୍ୟାକସିନକୁ ମାର୍କେଟରେ ଉପଲବଧ କରାଇବା ନେଇ କମ୍ପାନୀ ଆଶା ପ୍ରକାଶ କରିଛି ।

 

You might also like