କରୋନା: ଗୋଟିଏ ଦିନରେ ଆମେରିକାରେ ୧୯୭୦ ମୃତ

ନୂଆଦିଲ୍ଲୀ: କରୋନାରେ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୮୨ ହଜାର ପହଞ୍ଚିଛି। ମୋଟ ସଂକ୍ରମଣ ସଂଖ୍ୟା ୧୪ ଲକ୍ଷ ଟପିଗଲାଣି। ତାସହ ୨୦୯ ଦେଶ ଏବେ ଏହି ମହାମାରୀ କବଳରେ। ସବୁଠୁ ଉଦବେଗଜନକ ସ୍ଥିତି ଆମେରିକାରେ । ସେଠାରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୮୦୦ ଟପିଥିବାବେଳେ ୪ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆମେରିକାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୯ ଶହ ୭୦ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ମିଚିଗାନ୍, କାଲିଫର୍ଣ୍ଣିଆ, ଫ୍ଲୋରିଡାରେ ସ୍ଥିତି ଅଣାୟତ୍ତ ରହିଛି।
ସେହିପରି ସ୍ପେନ୍‌ରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏଠି ୭୦୪ ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ସଂଖ୍ୟା ୧୪ ହଜାରରୁ ଅଧିକ ରହିଛି। ପ୍ରାୟ ଦେଢ଼ ଲକ୍ଷ ପାଖାପାଖି ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା॥ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୭ ହଜାର ପାର କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାରରେ ପହଞ୍ଚିଛି।

ଫ୍ରାନସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବା ବେଳେ ୧୦ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା । ବ୍ରିଟେନର ଗୋଟିଏ ଦିନରେ ସର୍ବାଧିକ ୭୮୬ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା ୬ ହଜାର ପାର କରିଛି।

You might also like