ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ

ନୂଆଦିଲ୍ଲୀ: ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ। ଗତ ୨୪ ଘଣ୍ଟାରେ ଆମେରିକାରେ ୨୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋଭିଡ୍-୧୯ ଭୂତାଣୁ। ଏଥିସହିତ ଦେଶରେ ମୃତ୍ୟୁସଂଖ୍ୟା ୬୩ହଜାର ୮୫୬ରେ ପହଞ୍ଚିଛି। ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁସଂଖ୍ୟା ୨୮ ହଜାର ଟପି ଥିବା ବେଳେ ବ୍ରିଟେନ, ସ୍ପେନ, ଓ ଫ୍ରାନସରେ ସ୍ଥିତି ପୂର୍ବପରି ଅତି ସଂଗୀନ ରହିଛି।

ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା ୨୭ ହଜାର ପାଖାପାଖି ହୋଇଥିବା ବେଳେ ସ୍ପେନ୍ ଓ ଫ୍ରାନସରେ ଏହା ୨୫ ହଜାର ଛୁଇବାକୁ ବସିଛି। ସମଗ୍ର ବିଶ୍ୱରେ ଏବେ ୩୩ ଲକ୍ଷ ୨୫ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨ଲକ୍ଷ ୩୪ ହଜାର ଅତିକ୍ରମ କରିଛି। ସେହିଭଳି ୧୦ଲକ୍ଷ ୫୦ ହଜାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏପଟେ ଋଷର ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନ୍ ଓ ପାକିସ୍ତାନ ନ୍ୟାସନାଲ ଆସେବ୍ଲିର ବାଚସ୍ପତି ଅସଦ୍ କାଇଜର କରୋନାରେ ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

 

You might also like