କରୋନା ଅପ୍‌ଡେଟ୍: ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୭୭୯

ନୂଆଦିଲ୍ଲୀ: ଦେଶରେ ୨୫ ହଜାର ମୁହାଁ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ ୧୪୨୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୭ ଜଣଙ୍କ ଜୀବନ ଯିବା ସହ ୭୭୯ ଛୁଇଁଛି ମୋଟ୍ ମୃତ୍ୟୁ ସଂଖ୍ୟା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏବେ ୧୮ ହଜାର ୯୫୩ ଆକ୍ଟିଭ କେସ୍‌ ରହିଛି। ୫ ହଜାର ୨୧୦ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୨୦ ଦଶମିକ ୬୬ ପ୍ରତିଶତ ରହିଛି। ସେପଟେ ସଂକ୍ରମିତଙ୍କ ଦ୍ୱିଗୁଣିତ ହାର ୯ ଦଶମିକ ୧ ଦିନକୁ ହ୍ରାସ ପାଇଛି।

ଦୁଇ ଦିନ ତଳେ ଏହି ହାର ୧୦ ଦିନ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ପୂର୍ବରୁ ୩ ଦଶମିକ ୪ ଦିନ ଥିଲା ଅର୍ଥାତ ପୂର୍ବରୁ ସାଢେ ୩ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣକୁ ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହା ଦୁଇ ଗୁଣା ହେବାକୁ ୯ ଦିନ ଲାଗୁଛି।

ସେପଟେ ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୩୦୦ ପାର କରିଛି। ରାଜ୍ୟରେ ସମୁଦାୟ ୬ ହଜାର ୮୧୭ ସଂକ୍ରମିତ ହୋଇଛନ୍ତି। ଗୁଜରାଟରେ ୧୨୭ ଓ ମଧ୍ୟପ୍ରଦେଶରେ ୯୨ ଜଣଙ୍କ ମୃତ୍ୟୁ ହୋଇଛି।

You might also like