କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଚିନ୍ତାରେ ସାରା ବିଶ୍ୱ; ୪୭ ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଛି। ବିଶ୍ୱରେ ବର୍ତ୍ତମାନ ୪୭ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ପାର ହେଲାଣି। ୧୮ ଲକ୍ଷରୁ  ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆମେରିକାରେ ଦିନକୁ ଦିନ ସ୍ଥିତି ଜଟିଳ ଆଡ଼କୁ ଯାଉଛି। ଆମେରିକାରେ ୧୫୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସହ ୮୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସେହିପରି ବ୍ରିଟେନ୍‌ରେ ମଧ୍ୟ କରୋନା ସ୍ଥିତି ଗମ୍ଭୀର ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିବାକୁ ବସିଲାଣି। ଅନ୍ୟ ଦେଶଙ୍କ ମଧ୍ୟରେ ସ୍ପେନ୍‌ରେ ୨୭ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ ୨ଲକ୍ଷ ୨୪ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧ହଜାର ପାର ହୋଇଛି।

You might also like