କରୋନା ଅପ୍‌ଡେଟ୍‌: ଦେଶ ବିଦେଶରେ କରୋନା ସ୍ଥିତି କେମିତି ?

ନୂଆଦିଲ୍ଲୀ: ଦେଶରେ ୧ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା। ୨୪ ଘଣ୍ଟାରେ ଯାଇଛି ୭୩ ଜୀବନ। ଏହାକୁ ମିଶାଇ  ୧ ହଜାର ୮କୁ ଛୁଇଁଛି ମୃତକଙ୍କ ସଂଖ୍ୟା।

୧୮୯୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏମାନଙ୍କ ସଂଖ୍ୟା ୩୧ ହଜାର ୭୮୭କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଏବେ ଦେଶରେ ୨୨ ହଜାର ୯୮୨ ଆକ୍ଟିଭ କେସ୍ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ପ୍ରାୟ ୭ ହଜାର ୬ଶହ ୯୫ ଜଣ।

ମହାରାଷ୍ଟ୍ରରେ ସର୍ବାଧିକ ୪ଶହ ଜଣଙ୍କ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟ ୯ ହଜାର ୩୧୮ ରହିଛି।  ଗୁଜରାଟରେ ମୃତ୍ୟୁ ସଂଖ୍ୟା ୧୮୧ ପାର୍ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୭୪କୁ ବୃଦ୍ଧି ପାଇଛି।

ମଧ୍ୟ ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୧୧୯ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ୫୬୧ ରହିଛି। ସେହିଭଳି ଦିଲ୍ଲୀରେ ମୃତ୍ୟୁସଂଖ୍ୟା ୫୪, ରାଜସ୍ଥାନରେ ୫୧ ଓ କର୍ଣ୍ଣାଟକରେ କରୋନା ମୃତ୍ୟୁ ସଂଖ୍ୟା ୨୦କୁ ପାର୍ କରିଛି।

ସେହିଭଳି ବିଶ୍ୱରେ ୨ ଲକ୍ଷ ୧୮ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି ମହାମାରୀ କରୋନା। ଆଜି ସୁଦ୍ଧା ୩୧ ଲକ୍ଷ ୫୪ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି। ତେବେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ଏଠି ୫୯ ହଜାରରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି ଓ ୧୦ ଲକ୍ଷ ୩୫ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।

ଆମେରିକା ପଛକୁ ରହିଛି ଇଟାଲୀ। ଏଠାରେ ୨୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସ୍ପେନରେ ମୃତ୍ୟୁ ସଂଖ୍ୟା ୨୪ ହଜାର ପାଖାପାଖି ହୋଇଛି। ଏଠାରେ ୨ ଲକ୍ଷ ୩୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଫ୍ରାନ୍ସରେ ୨୩ ଓ ବ୍ରିଟେନରେ ୨୧ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଲାଣି କରୋନା ଭାଇରସ୍।

You might also like