ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ୪୮ ହଜାର ୪୮୪କୁ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କୋଭିଡ୍‌-୧୯ ଟିକାକରଣ ହେଉଥିଲେ ବି ନିୟମିତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ସକାଳ ସୁଦ୍ଧା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୦ ଲକ୍ଷ ୪୮ ହଜାର ୪୮୪କୁ ବୃଦ୍ଧି ପାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୫୯ ଲକ୍ଷ ୮୯ ହଜାର ୧୫୯ ହୋଇଛି। ଅନ୍ୟପଟେ ବିଶ୍ୱରେ ୬ କୋଟି ୮୬ ଲକ୍ଷ ୭ ହଜାର ୫୬୭ କରୋନାରୁ ସୁସ୍ଥ ହେଲେଣି।

କରୋନା ଅଧିକ ପ୍ରଭାବିତ ହୋଇଛି ଆମେରିକା। ଏଠାରେ ଏବେସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୨୫,୯୮୧ ହୋଇଥିବା ବେଳେ ୧,୪୫,୫୧,୪୬୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି  ୪,୦୮,୬୧୫ ଜଣଙ୍କର ମୃତ୍ୟୁ ହୋଇଛି।

ଆମେରିକା ପରେ ସବୁଠାରୁ ଅଧିକ ପ୍ରଭାବିତ ଦେଶମାନଙ୍କ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୭୧,୭୭୩ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧,୦୨,୧୧,୩୪୨ଜଣ। ମୃତ୍ୟୁ ସଂଖ୍ୟା ୧,୫୨,୪୧୯ ହୋଇଛି। ତୃତୀୟ ସବୁଠାରୁ ପ୍ରଭାବିତ ରାଷ୍ଟ୍ର ହେଲା ବ୍ରାଜିଲ୍‌। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫,୧୨,୨୩୮ହୋଇଥିବା ବେଳେ ୭୪,୫୨,୦୪୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨,୧୦,୩୨୮ ଜଣଙ୍କର ମୃତ୍ୟୁ ହୋଇଛି।

ଋଷିଆରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୯୧,୦୬୬ରେ ପହଞ୍ଚିଛି। ସୁସ୍ଥ ହୋଇଛନ୍ତି ୨୯,୭୮,୬୭୪ ଜଣ। ଏଠାରେ ୬୬,୦୩୭ ଜଣଙ୍କର ଜୀବନ ନେଇଛି କରୋନା ଭାଇରସ। ବ୍ରିଟେନ୍‌ରେ ମଧ୍ୟ କରୋନାର କରାଳ ରୂପ ଦେଖିବାକୁ ମିଳିଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୩୩,୪୯୪ ହୋଇଥିବା ବେଳେ ୧୫,୪୬,୫୭୫ ଜଣ ସୁସ୍ଥ ହୋଇଛନ୍ତି। ୯,୮୬୦ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୪,୭୨୫, ସୁସ୍ଥ ହୋଇଛନ୍ତି ୨,୧୦,୨୦୦, ମୃତ୍ୟୁ ସଂଖ୍ୟା ୭୦,୬୮୬ ହୋଇଛି। ତୁର୍କୀ ୨୩,୯୨,୯୬୩, ସୁସ୍ଥ ୨୨,୭୦,୭୬୯, ମୃତ୍ୟୁ ୨୪,୧୬୧ରେ ପହଞ୍ଚିଛି।

ଇଟାଲୀରେ ମଧ୍ୟ କରୋନା ତାର ପ୍ରଭାବ ଦେଖାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଇଟାଲୀ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ପରେ ସେଠାକାର ସରକାରଙ୍କର ବିଭିନ୍ନ ପଦକ୍ଷେପ ଓ ସଚେତନତା ଦ୍ୱାରା ସଂଖ୍ୟା ଧୀରେ ଧୀରେ କମିଥିଲା। ବର୍ତ୍ତମାନ ପାଇଁ ଇଟାଲୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩,୯୦,୧୦୧ହୋଇଥିବା ବେଳେ ୧୭,୬୦,୪୮୯ ସୁସ୍ଥ ହୋଇଛନ୍ତି ଓ ୮୨,୫୫୪ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଜର୍ମାନୀର ମୋଟ ୨୦,୫୯,୩୧୪ ଜଣ ଆକ୍ରାନ୍ତ ହୋଇଛନ୍ତି। ସୁସ୍ଥ ହୋଇଛନ୍ତି ୧୬,୯୧,୭୦୦ ଜଣ, ଓ ୪୮,୧୦୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୋଡ଼େଶୀ ଦେଶ ପାକିସ୍ତାନେ କରୋନା ଭୟଙ୍କର ପ୍ରଭାବ ପକାଇଛି। ଏଠାରେ ଦେଶର ଅର୍ଥନୀତି ଭୟଙ୍କର ଭାବେ ବିଗାଡ଼ିବା ସହିତ ଲୋକଙ୍କ ଜୀବନ ନେଇଛି ଏହି ମହାମାରୀ। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୧,୨୧୧ ହୋଇଥିବା ବେଳେ ୪,୭୫,୨୨୮ଜଣ ସୁସ୍ଥ ହୋଇଛନ୍ତି। ପାକିସ୍ତନରେ ମୃତ୍ୟୁ ସଂଖ୍ୟା ୧୦,୯୯୭ରେ ପହଞ୍ଚିଛି।

You might also like